କାଲିଫର୍ନିଆରେ ଗିରଫ ହେଲା ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟରମାଇଣ୍ଡ ଗୋଲଡି ବ୍ରାର
ଭାରତର ଗୁଇନ୍ଦା ଏଜେନ୍ସିର ସୂତ୍ର ଅନୁଯାୟୀ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଦାୟୀ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାରକୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି । ଆନ୍ତର୍ଜାତୀୟ ସୂତ୍ରରୁ ଭାରତର ଗୁଇନ୍ଦା ଏଜେନ୍ସିଗୁଡିକ ବହୁ ପରିମାଣର ଇନପୁଟ୍ ଗ୍ରହଣ କରିଛନ୍ତି ।
ନୂଆଦିଲ୍ଲୀ : ପଞ୍ଜାବୀ ଗାୟକ ତଥା ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋଲଡି ବ୍ରାରକୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି । ଭାରତର ଗୁଇନ୍ଦା ଏଜେନ୍ସିର ସୂତ୍ର ଅନୁଯାୟୀ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଦାୟୀ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାରକୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି । ଆନ୍ତର୍ଜାତୀୟ ସୂତ୍ରରୁ ଭାରତର ଗୁଇନ୍ଦା ଏଜେନ୍ସିଗୁଡିକ ବହୁ ପରିମାଣର ଇନପୁଟ୍ ଗ୍ରହଣ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏ ବାବଦରେ କାଲିଫର୍ନିଆ ସରକାରଙ୍କ ତରଫରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ ।

କିନ୍ତୁ ଗଇନ୍ଦା ବିଭାଗ ଏଜେନ୍ସି RAW, IB, ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଏବଂ ପଞ୍ଜାବ ଇଣ୍ଟେଲିଜେନ୍ସ ନିଶ୍ଚିତ ଭାବରେ ଏଭଳି ଇନପୁଟ ପାଇଛନ୍ତି ଯେ ଗୋଲ୍ଡି ବ୍ରାର କାଲିଫର୍ଣ୍ଣିଆରେ ଥିଲା ଏବଂ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ।
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ନିଜକୁ ଦାୟୀ କରି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର କହିଛି ଯେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ସେ କୌଣସି ଦୁଃଖିତ ନୁହଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 2.50 ସେକେଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଗୋଲଡି ବ୍ରାର ମୁହଁ ଘୋଡାଇ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିବା କହୁଛି ।
ମେ 29 ରେ ପଞ୍ଜାବର ମାନସା ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା ହେବାର କିଛି ଦିନ ପୂର୍ବରୁ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ହଟାଯାଇଥିଲା ।












Click it and Unblock the Notifications