ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ : ଚିହ୍ନଟ ହେଲେ ଆଠ ଜଣ ସାର୍ପ ସୁଟର

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଆଠଜଣ ସାର୍ପ ସୁଟରଙ୍କୁ ପଞ୍ଜାବ ପୋଲିସ ଚିହ୍ନଟ କରିଛି । ଏହି ଅଭିଯୁକ୍ତମାନେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଅଟନ୍ତି । ଏହି ତିନୋଟି ରାଜ୍ୟରେ ପୋଲିସ ଟିମ୍ ଚଢାଉ ଜାରି ରଖିଛି ।

ପଞ୍ଜାବ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଆଠଜଣ ସାର୍ପ ସୁଟରଙ୍କୁ ପଞ୍ଜାବ ପୋଲିସ ଚିହ୍ନଟ କରିଛି । ଏହି ଅଭିଯୁକ୍ତମାନେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଅଟନ୍ତି । ଏହି ତିନୋଟି ରାଜ୍ୟରେ ପୋଲିସ ଟିମ୍ ଚଢାଉ ଜାରି ରଖିଛି ।

Sidhu MooseWala murder case

ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପଞ୍ଜାବର ମୋଗା ଅଞ୍ଚଳର ମନପ୍ରୀତ ସିଂହ ମନ୍ନୁ, ଅମୃତସରର ଜହରୁପ ସିଂହ, ମନ୍ନୀ, ହରିୟାଣାର ସୋନିପତର ପ୍ରିୟବ୍ରତ ଫୌଜି ଯିଏକି ରାମକରଣ ଗ୍ୟାଙ୍ଗର ସଦସ୍ୟ ଏବଂ ସାର୍ପ ସୁଟର ଭାବେ କାମ କରୁଚି । ତା ଉପରେ ସୂଚନା ପାଇଁ ହରିୟାଣା ପୋଲିସ 25,000 ନଗଦ ପୁରସ୍କାର ଘୋଷଣା କରିଛି ।

ସେହିପରି ହରିୟାଣା ସୋନିପତର ଅଙ୍କିତ ସେର୍ସା ଜତି, ପୁନେର ସନ୍ତୋଷ ଯାଦବ, ସୌରଭ ମହାକାଳ, ଏବଂ ରାଜସ୍ଥାନ ସିକା ରୁ ସୁଭାଷ ବାନୁଦା ମଧ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଛନ୍ତି ।

ଏହି ହତ୍ୟାକାଣ୍ଡ ପାଇଁ କାନାଡା ଭିତ୍ତିକ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଫେସବୁକ ପୋଷ୍ଟରେ ନିଜକୁ ଦାୟୀ କରିବା ପରେ ଦିଲ୍ଲୀର ତିହାର ଜେଲରେ ଜେଲରେ ଥିବା ତାର ସହଯୋଗୀ ଲରେନ୍ସ ବିଷ୍ଣୋଇ କୁ ପଚରାଉଚରା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ତିନିଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଦୁଇଜଣ -ପବନ ଏବଂ ନସିବକୁ ପୂର୍ବରୁ ବିର୍ଧାନାରୁ ଗିରଫ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+