For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ବଡ଼ ଖୁଲାସା, ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କ ବାପାଙ୍କ ଡିଏନ୍ଏ ରିପୋର୍ଟ

ମେହରୌଲି ଜଙ୍ଗଲରୁ ମିଳିଥିବା ହାଡର DNA ରିପୋର୍ଟ ଆସିଛି । ପୋଲିସ୍ କୁ ମିଳିଥିବା ସମସ୍ତ ହାଡ଼ ଓ ଅଙ୍ଗପ୍ରତ୍ୟେଙ୍ଗର DNA ଶ୍ରଦ୍ଧାଙ୍କ ପିତାଙ୍କ ଡିଏମ୍ଏ ସହ ମେଳ ଖାଉଛି ।

|

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ମାମଲାରେ ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ମେହରୌଲି ଜଙ୍ଗଲରୁ ମିଳିଥିବା ହାଡର DNA ରିପୋର୍ଟ ଆସିଛି । ପୋଲିସ୍ କୁ ମିଳିଥିବା ସମସ୍ତ ହାଡ଼ ଓ ଅଙ୍ଗପ୍ରତ୍ୟେଙ୍ଗର DNA ଶ୍ରଦ୍ଧାଙ୍କ ପିତାଙ୍କ ଡିଏମ୍ଏ ସହ ମେଳ ଖାଉଛି । ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ରିପୋର୍ଟ ଏହା ନିଶ୍ଚିତ କରିଛି । ଅନ୍ୟପକ୍ଷରେ, ଦିଲ୍ଲୀ ପୋଲିସ ହାତରେ ମଧ୍ୟ ଅଫତାବର ପଲିଗ୍ରାଫ୍ ଟେଷ୍ଟର ବିସ୍ତୃତ ରିପୋର୍ଟ ଲାଗିଛି ।

Shraddha Walkar Murder case

ଶ୍ରଦ୍ଧାଙ୍କ ଲିଭ୍ ଇନ୍ ପାର୍ଟନର ଅଫତାବ ପୁନାୱାଲା ତାଙ୍କୁ ଗଳା କାଟି ହତ୍ୟା କରିଥିଲା । ଏହା ପରେ ଶ୍ରଦ୍ଧାଙ୍କ ଶରୀରକୁ 35 ଖଣ୍ଡରେ କାଟି ଫ୍ରିଜରେ ରଖିଥିଲା । ପରେ ଏ ସବୁକୁ ମେହରୌଲି ଜଙ୍ଗଲରେ ଫିଙ୍ଗିଥିଲା । ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ଟିମ୍ ଜଙ୍ଗଲରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ପୋଲିସ୍ କୁ ମଣିଷ ଶୀରର ଖଣ୍ଡ ବିଖଣ୍ଡିତ ହାଡ଼ ମିଳିଥିଲା । ଏହା ପରେ ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ନିଆଯାଇ ତଦନ୍ତ ପାଇଁ ପଠାଯାଇଥିଲା । ଉଭୟଙ୍କ ଡିଏନ୍ଏ ମେଳ ହୋଇଛି, ତେଣୁ ଏହା ସ୍ପଷ୍ଟ ଯେ ମୃତ ଶରୀରର ବିଷୟରେ ଅଫତାବ ଦେଇଥିବା ତଥ୍ୟ ଠିକ୍ ଥିଲା । ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କ ମୃତ ଶରୀର ଥିଲା ବୋଲି ସ୍ପଷ୍ଟ ହୋଇଛି ।

ଏଥି ସହିତ କୋର୍ଟଙ୍କ ଅନୁମତି ପରେ ଅପତାବର ପଲିଗ୍ରାଫ୍ ଏବଂ ନାର୍କୋ ଆନାଲିସିସ୍ ପରୀକ୍ଷା କରାଯାଇଥିଲା । ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଅଧିକାରୀଙ୍କ କହିବାନୁସାରେ, ଅଫତାବ ପଲିଗ୍ରାଫ୍ ଟେଷ୍ଟ ସମୟରେ ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ଅଫତାବ କହିଛି ଯେ ସେ କରିଥିବା ଅପରାଧ ପାଇଁ ସେ ଅନୁତପ୍ତ ନୁହଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shraddha Walker murder Case : DNA Report Of Shraddha's Father Matches With Bones Found From Mehrauli Forest
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X