Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧାଙ୍କ 2020 ଅଭିଯୋଗ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୋଲିସ ?

ମହାରାଷ୍ଟ୍ର ପୋଲିସ କହିଛି ଯେ ଶ୍ରଦ୍ଧା ୱାଲକରଙ୍କ ଅଭିଯୋଗ ଆଧାରରେ ସେମାନେ 2020 ରେ ତଦନ୍ତ ଆରମ୍ଭ କରିଥିଲେ, କିନ୍ତୁ ପରେ ଲିଖିତ ବିବୃତ୍ତି ଦେବା ପରେ ମାମଲା ପ୍ରତ୍ୟାହାର କରି ନେଇଥିଲେ । ଯେଉଁଥିପାଇଁ ମାମଲା ବନ୍ଦ ହୋଇଯାଇଥିଲା ।

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲାର ରହସ୍ୟ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଶ୍ରଦ୍ଧା ୱାଲକର ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲେ ବିରୋଧରେ 2020 ମସିହାରେ ମହାରାଷ୍ଟ୍ର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଅଭିଯୋଗ ପରେ ମଧ୍ୟ 2020 ରେ କାହିଁକି ଅନୁସନ୍ଧାନ କରାଯାଇ ନାହିଁ ?

Sharddha Walkar Murder Case

ବର୍ତ୍ତମାନ ମହାରାଷ୍ଟ୍ର ପୋଲିସ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ସେତେବେଳେ ମାମଲା କାହିଁକି ବନ୍ଦ ହୋଇଥିଲା ତାହା ପ୍ରକାଶ ପାଇଛି । ବୁଧବାର ମହାରାଷ୍ଟ୍ର ପୋଲିସ କହିଛି ଯେ ଶ୍ରଦ୍ଧା ୱାଲକରଙ୍କ ଅଭିଯୋଗ ଆଧାରରେ ସେମାନେ 2020 ରେ ତଦନ୍ତ ଆରମ୍ଭ କରିଥିଲେ, କିନ୍ତୁ ପରେ ଲିଖିତ ବିବୃତ୍ତି ଦେବା ପରେ ମାମଲା ପ୍ରତ୍ୟାହାର କରି ନେଇଥିଲେ । ଯେଉଁଥିପାଇଁ ମାମଲା ବନ୍ଦ ହୋଇଯାଇଥିଲା ।

ମୀରା ଭାୟାନ୍ଦର-ଭାସାଇ ବିରାର (ଏମବିଭିଭି) ଡିସିପି ସୁହାସ ବାଓଚେ କହିଛନ୍ତି ଯେ, ଶ୍ରଦ୍ଧା ତାଙ୍କ ଲିଖିତ ବିବୃତ୍ତିରେ କହିଛନ୍ତି ଯେ ତାଙ୍କ ସହ ଆଫତାବ ପୁନାୱାଲାଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଛି । ସେହି ମାମଲାରେ ଯାହା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବାର ଥିଲା, ପୋଲିସ୍ ତାହା କରିଥିଲା । ଅଭିଯୋଗକାରୀଙ୍କ ଏତଲା ଉପରେ ତଦନ୍ତ ମଧ୍ୟ କରାଯାଇଥିଲା । ତଦନ୍ତ ପରେ ଶ୍ରଦ୍ଧା ନିଜେ ଏକ ଲିଖିତ ବିବୃତ୍ତି ଦେଇଛନ୍ତି ଯେ କୌଣସି ବିବାଦ ନାହିଁ ।

ଡିସିପି ସୁହାସ ଆହୁରି କହିଛନ୍ତି, "ଶ୍ରଦ୍ଧାଙ୍କ ବନ୍ଧୁ ଆଫତାବ ଅମିନ ପୁନାୱାଲେଙ୍କ ପିତାମାତା ମଧ୍ୟ ଏହି ବିବାଦର ସମାଧାନ ପାଇଁ ତାଙ୍କୁ ବୁଝାଇଥିଲେ । ସେ ଏକ ଲିଖିତ ବିବୃତ୍ତି ଦେଇଥିଲେ ଏବଂ ଏହା ପରେ ମାମଲା ବନ୍ଦ ହୋଇଯାଇଥିଲା ।" 2020 ମସିହାରେ ଶ୍ରଦ୍ଧା ତୁଲିଞ୍ଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହା ଅନୁଯାୟୀ, ଅଫତାବ ପୁନାୱାଲା ତାଙ୍କୁ କିପରି ନିର୍ଯାତନା ଦେଉଥିଲେ ସେ ନେଇ ଅଭିଯୋଗ ହୋଇଥିଲା ।
ଶ୍ରଦ୍ଧା ତାଙ୍କ ଅଭିଯୋଗ ପତ୍ରରେ ଲେଖିଥିଲେ, 'ଅଫତାବ ମୋତେ ମାରିଦେବ ଏବଂ ଖଣ୍ଡ ଖଣ୍ଡ କରିଦେବ । ସେ ମୋତେ ଏହିପରି ଧମକ ଦେଉଛି । ଦୁଇ ବର୍ଷ ପୂର୍ବେ 2020 ରେ ତାଙ୍କ ଅଭିଯୋଗ ପତ୍ରରେ ଶ୍ରଦ୍ଧା ପୋଲିସକୁ କହିଥିଲେ ଯେ ଆଫତାବ ମୋତେ ମାରିବାକୁ ଚେଷ୍ଟା କରିଛି ଏବଂ ମୋତେ ଖଣ୍ଡ ଖଣ୍ଡ କରିଦେବାକୁ ଧମକ ଦେଇଛି ।

ଏହି ସମୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଅଭିଯୋଗ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ ସେନେଇ ତଦନ୍ତ ଆରମ୍ଭ ହେବ । ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, "ମୁଁ ଏହି ଚିଠିକୁ ଦେଖିଲି (2020 ରେ ଶ୍ରଦ୍ଧାଙ୍କ ଅଭିଯୋଗ) ଏବଂ ଏଥିରେ ବହୁତ ଗୁରୁତର ଅଭିଯୋଗ ରହିଛି । କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ତାହା ଅନୁସନ୍ଧାନ କରିବାକୁ ପଡିବ । ମୁଁ କାହାକୁ ଦୋଷ ଦେବାକୁ ଚାହେଁ ନାହିଁ, କିନ୍ତୁ ଯଦି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଏପରି ଘଟଣା ଘଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+