For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରଦ୍ଧା ହତ୍ୟା ମାମଲାରେ ଅଫତାବର ହେବ ନାର୍କୋ ଟେଷ୍ଟ, କୋର୍ଟ ଦେଲେ ଅନୁମତି

ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପନାୱାଲାର ହେବ ନାର୍କୋ ଟେଷ୍ଟ । ଡିସେମ୍ବର 1 ତାରିଖରେ ଏହି ଟେଷ୍ଟ କରାଯିବ । ଏ ନେଇ କୋର୍ଟ ଅନୁମତି ଦେଇଛନ୍ତି ।

|

ନୂଆଦିଲ୍ଲୀ : ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପନାୱାଲାର ହେବ ନାର୍କୋ ଟେଷ୍ଟ । ଡିସେମ୍ବର 1 ତାରିଖରେ ଏହି ଟେଷ୍ଟ କରାଯିବ । ଏ ନେଇ କୋର୍ଟ ଅନୁମତି ଦେଇଛନ୍ତି ।

ନିଜର ଲିଭ୍-ଇନ୍-ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରି ଅଭିଯୁକ୍ତ ଅଫତାବ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା । ଏହ ପରେ ଶରୀରର କଟା ଖଣ୍ଡ ଗୁଡ଼ିକୁ ଫ୍ରିଜରେ ରଖି ଧିରେ ଧିରେ ଫୋପାଡ଼ିଥିଲା । ଏହି ମାମଲା ସମ୍ନାକୁ ଆସିବା ପରେ ପୋଲିସ୍ ଅଭିଯୁକ୍ତ ଅପତାବକୁ ଗିରଫ କରିଥିଲା ।

aftab poonawalla

ସ୍ୱତନ୍ତ୍ର ସିପି ଆଇନ ବ୍ୟବସ୍ଥା ସାଗର ପ୍ରୀତ ହୁଡ୍ଡା ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ଡିସେମ୍ବର 1 ତାରିଖ ରେ ଦିଲ୍ଲୀ ପୋଲିସ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ପରୀକ୍ଷା କରିବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲା । ଅଫତାବର ନାର୍କୋ ଟେଷ୍ଟ ଡିସେମ୍ବର 1 ରୁ ହେବ । ଆପଣଙ୍କୁ କହି ରଖୁଛୁ ଆଜି ପୁଣି ଅଫତାବର ପଲିଗ୍ରାଫ୍ ଟେଷ୍ଟ କରାଯାଉଛି ।

ଏହା ପରେ ଆମ୍ବେଦକର ହସ୍ପିଟାଲରେ ନାର୍କୋ ଟେଷ୍ଟ ହେବ । ଖବର ଅନୁଯାୟୀ, ଅଫତାବ ଥିବା ଭ୍ୟାନ ଉପରେ ଆକ୍ରମଣ ପରେ ରୋହିଣୀରେ ଥିବା FSL କାର୍ଯ୍ୟାଳୟ ବାହାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସୋମବାର ସନ୍ଧ୍ୟାରେ ରୋହିଣୀସ୍ଥିତ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ର ପଲିଗ୍ରାଫ୍ ଟେଷ୍ଟ ପରେ ଅଫତାବକୁ ନେଇ ଯାଉଥିବା ବେଳେ ହିନ୍ଦୁ ସେନାରକ କର୍ମୀ ଭ୍ୟାନକୁ ଘେରି ରହିଥିଲେ ।

ଖବର ଅନୁଯାୟୀ, ଏହି ଲୋକମାନେ ଅପତାବକୁ ପୋଲିସ ହେପାଜତରୁ ମୁକ୍ତ କରି ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲେ । କୌଣସି ପ୍ରକାରେ ପୋଲିସ ଉତ୍ତେଜିତ କର୍ମୀଙ୍କ ଠାରୁ ଅଫତାବର ଜୀବନ ରକ୍ଷା କରିଥିଲା । ଏହି ଆକ୍ରମଣ ପରେ CRPF କର୍ମଚାରୀଙ୍କୁ ଏହି ଅଞ୍ଚଳରେ ନିୟୋଜିତ କରାଯାଇଛି ।

ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଅଭିଯୁକ୍ତମାନେ ଗୁରୁଗ୍ରାମର କୁଲଦୀପ ଠାକୁର ଏବଂ ନିଗମ ଗୁରୁଜାର ବୋଲି ଜଣାପଡିଛି । ଅନ୍ୟପକ୍ଷରେ ହିନ୍ଦୁ ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି ଯେ ହିନ୍ଦୁ ସେନା ଏପରି କୌଣସି କାର୍ଯ୍ୟକୁ ସମର୍ଥନ କରେ ନାହିଁ, ଯାହା ଭାରତର ସମ୍ବିଧାନ ବିରୁଦ୍ଧରେ ଅଟେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shraddha Murder Case : Court Give Permission For Narco Test Of Aftab Poonawalla
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X