ଶ୍ରଦ୍ଧା ହତ୍ୟାକାଣ୍ଡ : କ୍ରାଇମ-ଥ୍ରୀଲର Dexter ରୁ ଆଫତାବ ଶିଖିଥିଲା ମର୍ଡର ଷ୍ଟାଇଲ୍ !
ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀର ମହରୌଲିର ବାସିନ୍ଦା ଆଫତାବ ଅମୀନ ପୁନାୱାଲା ତାର ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ମେ 18 ରେ ଗଳା କାଟି ହତ୍ୟା କରିଥିଲା ।
ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀର ମହରୌଲିର ବାସିନ୍ଦା ଆଫତାବ ଅମୀନ ପୁନାୱାଲା ତାର ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ମେ 18 ରେ ଗଳା କାଟି ହତ୍ୟା କରିଥିଲା । ପରେ ତାଙ୍କ ଶରୀରକୁ 35 ଖଣ୍ଡରେ କାଟିଥିଲା । ଏହା ପରେ ସେ ଏହାକୁ ଫ୍ରିଜରେ ରଖିଥିଲା ଏବଂ ଧୀରେ ଧୀରେ ସେହି ମୃତଦେହକୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫୋପାଡି ଥିଲା ।

ଦିଲ୍ଲୀ ପୋଲିସ ଶନିବାର ଆଫତାବ ଆମିନ ପୁନାୱାଲା କୁ ଗିରଫ କରିଛି । କୋର୍ଟ ଆଫତାବକୁ 5 ଦିନ ପୋଲିସ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ଆଫତାବ ଅମୀନ ପୁନାୱାଲା ହିଟ କ୍ରାଇମ-ଥ୍ରୀଲର Dexter ର ଜଣେ ପ୍ରଶଂସକ ଥିଲା । ପୋପିସ ସନ୍ଦେହ କରୁଛି ଯେ ଅଫତାବ ହୁଏତ କ୍ରାଇମ-ଥ୍ରୀଲର ଡେକ୍ସଟରରୁ ଏହି ହତ୍ୟା ଯୋଜନା କରିଛି ।
ଆପଣଙ୍କୁ କହି ରଖୁଛୁ, Dexter ହେଉଛି ଏକ ଆମେରିକୀୟ କ୍ରାଇମ୍ ଡ୍ରାମା ଏବଂ ସାଇକୋଲୋଜିକାଲ ଥ୍ରୀଲର୍ ଶୋ । 2006 ରୁ 2013 ପର୍ଯ୍ୟନ୍ତ ଏହା ପ୍ରସାରିତ ହୋଇଥିଲା । ଏହି ୱେବ୍ ସିରିଜର 8 ଟି ସିଜିନ୍ ଅଛି । ଏହାର ମୁଖ୍ୟ ଚରିତ୍ର ଡେକ୍ସଟର୍ ମୋର୍ଗାନ୍ ଦିନରେ ପୋଲିସ୍ ପାଇଁ ଫରେନସିକ୍ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରୁଥିଲେ ଏବଂ ରାତିରେ ସିରିଏଲ କିଲର ହୋଇଯାଉଥିଲା । ଏହି ଶୋ'ରେ ଡେକ୍ସଟର୍ ମୋର୍ଗାନ୍ ଏପରି ଭାବେ ହତ୍ୟା କରୁଥିଲେ ଯେ ପୋଲିସ ତାଙ୍କୁ ଧରିପାରୁ ନଥିଲା ।
ଡେଟିଂ ଆପ୍ ରେ ହୋଇଥିଲେ ପରିଚିତ
ଅଧିକାରୀଙ୍କ କହିବାନୁସାରେ, ଶ୍ରଦ୍ଧା ଏବଂ ଅଫତାବ ଏକ ଡେଟିଂ ଆପ୍ ଜରିଆରେ ପରିଚିତ ହୋଇଥିଲେ । ଏହା ପରେ ଦୁହେଁ ମୁମ୍ବାଇର ଏକ କଲ ସେଣ୍ଟରରେ ଏକାଠି କାମ କରିବା ଆରମ୍ଭ କରିଥିଲେ । ସେମାନେ ତିନି ବର୍ଷ ଧରି ଏକାଠି ରହି ଦିଲ୍ଲୀ ଯାଇଥିଲେ । ଶ୍ରଦ୍ଧା ନିଜ ପରିବାର ଉପରେ ରାଗିଯାଇ ଘର ଛାଡି ଦିଲ୍ଲୀ ଆସିଥିଲେ । ଦୁହେଁ ଦିଲ୍ଲୀ ଯିବା ପରେ ଶ୍ରଦ୍ଧା ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା । ପୋଲିସର ସୂଚନାନୁସାରେ, ମେ 18 ରେ ଘଟିଥିବା ଏହି ଘଟଣାରେ ଅଫତାବ ନିଜର ସନ୍ତୁଳନ ହରାଇ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିଲା ।
ଖବର ଅନୁଯାୟୀ, ଅଫତାବ ପ୍ରତିଦିନ ସେହି କୋଠରୀରେ ଶୋଉଥିଲା ଯେଉଁଠାରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରି ଶବ ରଖିଥିଲା । ଏହାକୁ ଫ୍ରିଜରେ ରଖି ତାର ଚେହେରା ଦେଖୁଥିଲା । ଅଫତାବ ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଫୋପାଡିବା ପରେ ଫ୍ରିଜକୁ ସଫା କରିଥିଲା । ସାଉଥ୍ ଦିଲ୍ଲୀର ଅତିରିକ୍ତ ଡିସିପି ଅଙ୍କିତ ଚୌହାନ କହିଛନ୍ତି, "ଅଭିଯୁକ୍ତ ଆମକୁ କହିଛି କି, ଯେ ସେ ଛତରପୁର ଏନକ୍ଲେଭ୍ ର ଜଙ୍ଗଲ ଅଞ୍ଚଳରେ ଶରୀରର ଅନେକ ଖଣ୍ଡ ପକାଇଛି । ତାକୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications