For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରଦ୍ଧା ହତ୍ୟାକାଣ୍ଡ : କ୍ରାଇମ-ଥ୍ରୀଲର Dexter ରୁ ଆଫତାବ ଶିଖିଥିଲା ମର୍ଡର ଷ୍ଟାଇଲ୍ !

ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀର ମହରୌଲିର ବାସିନ୍ଦା ଆଫତାବ ଅମୀନ ପୁନାୱାଲା ତାର ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ମେ 18 ରେ ଗଳା କାଟି ହତ୍ୟା କରିଥିଲା ।

|

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀର ମହରୌଲିର ବାସିନ୍ଦା ଆଫତାବ ଅମୀନ ପୁନାୱାଲା ତାର ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ମେ 18 ରେ ଗଳା କାଟି ହତ୍ୟା କରିଥିଲା । ପରେ ତାଙ୍କ ଶରୀରକୁ 35 ଖଣ୍ଡରେ କାଟିଥିଲା । ଏହା ପରେ ସେ ଏହାକୁ ଫ୍ରିଜରେ ରଖିଥିଲା ଏବଂ ଧୀରେ ଧୀରେ ସେହି ମୃତଦେହକୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫୋପାଡି ଥିଲା ।

Shraddha Murder Case

ଦିଲ୍ଲୀ ପୋଲିସ ଶନିବାର ଆଫତାବ ଆମିନ ପୁନାୱାଲା କୁ ଗିରଫ କରିଛି । କୋର୍ଟ ଆଫତାବକୁ 5 ଦିନ ପୋଲିସ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ଆଫତାବ ଅମୀନ ପୁନାୱାଲା ହିଟ କ୍ରାଇମ-ଥ୍ରୀଲର Dexter ର ଜଣେ ପ୍ରଶଂସକ ଥିଲା । ପୋପିସ ସନ୍ଦେହ କରୁଛି ଯେ ଅଫତାବ ହୁଏତ କ୍ରାଇମ-ଥ୍ରୀଲର ଡେକ୍ସଟରରୁ ଏହି ହତ୍ୟା ଯୋଜନା କରିଛି ।

ଆପଣଙ୍କୁ କହି ରଖୁଛୁ, Dexter ହେଉଛି ଏକ ଆମେରିକୀୟ କ୍ରାଇମ୍ ଡ୍ରାମା ଏବଂ ସାଇକୋଲୋଜିକାଲ ଥ୍ରୀଲର୍ ଶୋ । 2006 ରୁ 2013 ପର୍ଯ୍ୟନ୍ତ ଏହା ପ୍ରସାରିତ ହୋଇଥିଲା । ଏହି ୱେବ୍ ସିରିଜର 8 ଟି ସିଜିନ୍ ଅଛି । ଏହାର ମୁଖ୍ୟ ଚରିତ୍ର ଡେକ୍ସଟର୍ ମୋର୍ଗାନ୍ ଦିନରେ ପୋଲିସ୍ ପାଇଁ ଫରେନସିକ୍ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରୁଥିଲେ ଏବଂ ରାତିରେ ସିରିଏଲ କିଲର ହୋଇଯାଉଥିଲା । ଏହି ଶୋ'ରେ ଡେକ୍ସଟର୍ ମୋର୍ଗାନ୍ ଏପରି ଭାବେ ହତ୍ୟା କରୁଥିଲେ ଯେ ପୋଲିସ ତାଙ୍କୁ ଧରିପାରୁ ନଥିଲା ।

ଡେଟିଂ ଆପ୍ ରେ ହୋଇଥିଲେ ପରିଚିତ

ଅଧିକାରୀଙ୍କ କହିବାନୁସାରେ, ଶ୍ରଦ୍ଧା ଏବଂ ଅଫତାବ ଏକ ଡେଟିଂ ଆପ୍ ଜରିଆରେ ପରିଚିତ ହୋଇଥିଲେ । ଏହା ପରେ ଦୁହେଁ ମୁମ୍ବାଇର ଏକ କଲ ସେଣ୍ଟରରେ ଏକାଠି କାମ କରିବା ଆରମ୍ଭ କରିଥିଲେ । ସେମାନେ ତିନି ବର୍ଷ ଧରି ଏକାଠି ରହି ଦିଲ୍ଲୀ ଯାଇଥିଲେ । ଶ୍ରଦ୍ଧା ନିଜ ପରିବାର ଉପରେ ରାଗିଯାଇ ଘର ଛାଡି ଦିଲ୍ଲୀ ଆସିଥିଲେ । ଦୁହେଁ ଦିଲ୍ଲୀ ଯିବା ପରେ ଶ୍ରଦ୍ଧା ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା । ପୋଲିସର ସୂଚନାନୁସାରେ, ମେ 18 ରେ ଘଟିଥିବା ଏହି ଘଟଣାରେ ଅଫତାବ ନିଜର ସନ୍ତୁଳନ ହରାଇ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିଲା ।

ଖବର ଅନୁଯାୟୀ, ଅଫତାବ ପ୍ରତିଦିନ ସେହି କୋଠରୀରେ ଶୋଉଥିଲା ଯେଉଁଠାରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରି ଶବ ରଖିଥିଲା । ଏହାକୁ ଫ୍ରିଜରେ ରଖି ତାର ଚେହେରା ଦେଖୁଥିଲା । ଅଫତାବ ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଫୋପାଡିବା ପରେ ଫ୍ରିଜକୁ ସଫା କରିଥିଲା । ସାଉଥ୍ ଦିଲ୍ଲୀର ଅତିରିକ୍ତ ଡିସିପି ଅଙ୍କିତ ଚୌହାନ କହିଛନ୍ତି, "ଅଭିଯୁକ୍ତ ଆମକୁ କହିଛି କି, ଯେ ସେ ଛତରପୁର ଏନକ୍ଲେଭ୍ ର ଜଙ୍ଗଲ ଅଞ୍ଚଳରେ ଶରୀରର ଅନେକ ଖଣ୍ଡ ପକାଇଛି । ତାକୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shraddha Murder Case : Aftab Poonawalla inspired by crime show Dexter
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X