Get Updates
Get notified of breaking news, exclusive insights, and must-see stories!

‘ହଁ, ମୁଁ ଶ୍ରଦ୍ଧାଙ୍କୁ ହତ୍ୟା କରିଛି, ମୋର କୌଣସି ଦୁଃଖ ନାହିଁ', ପଲିଗ୍ରାଫ୍ ଟେଷ୍ଟରେ କହିଲା ଅଫତାବ

‘ହଁ, ମୁଁ ଶ୍ରଦ୍ଧାଙ୍କୁ ହତ୍ୟା କରିଛି । ଏଥିପାଇଁ କୌଣସି ପଶ୍ଚ୍ୟାତାପ ନାହିଁ ।' ଏପରି ବୟାନ ଦେଇଛି ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲା ।

ନୂଆଦିଲ୍ଲୀ: 'ହଁ, ମୁଁ ଶ୍ରଦ୍ଧାଙ୍କୁ ହତ୍ୟା କରିଛି । ଏଥିପାଇଁ କୌଣସି ପଶ୍ଚ୍ୟାତାପ ନାହିଁ ।' ଏପରି ବୟାନ ଦେଇଛି ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲା । ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ପଲିଗ୍ରାଫ୍ ପରୀକ୍ଷାରେ ସେ ଏପରି ବୟାନ ରଖିଛି ।

aftab poonawalla

ସୂଚନାନୁସାରେ, ପଚରାଉଚରା ବେଳେ ଅଫତାବ ସ୍ୱୀକାର କରିଛନ୍ତି ଯେ ସେ ତାର ଲିଭ-ଇନ୍ ପାର୍ଟନରଙ୍କୁ ହତ୍ୟା କରିଛି, ଏଥିପାଇଁ ସେ ତୁଃଖିତ ନୁହଁ । ଫୋରେନସିକ୍ ସାଇନ୍ସ ଲ୍ୟାବ ଅଧିକାରୀମାନେ କହିଛନ୍ତି ଯେ ଅଫତାବ ଶ୍ରଦ୍ଧା ୱାଲକରଙ୍କ ହତ୍ୟାକୁ ସ୍ୱୀକାର କରିଛନ୍ତି ଏବଂ ଏହି ହତ୍ୟାକାଣ୍ଡରେ ସେ ଦୁଃଖିତ ନୁହଁ ।

ପଲିଗ୍ରାଫ୍ ପରୀକ୍ଷା ସମୟରେ ଅଫତାବ ଏହି ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଛି । ଏପରିକି ସେ ଶ୍ରଦ୍ଧାଙ୍କ ଶରୀରର କଟା ଖଣ୍ଡଗୁଡ଼ିକୁ ଜଙ୍ଗଲରେ ଫିଙ୍ଗିଛି ଏବଂ ସେ ଶ୍ରଦ୍ଧାଙ୍କ ବ୍ୟତୀତ ଅନେକ ମହିଳାଙ୍କୁ ଡେଟ୍ କରିଥିବା ସ୍ୱୀକାର କରିଛି ଅଫତାବ । ପରୀକ୍ଷା ସମୟରେ ଅଫତାବର ପଲିଗ୍ରାଫ୍ ସ୍ୱାଭାବିକ ଥିଲା, ସେ ପୋଲିସକୁ କହିଛି ଯେ ସେ ପୂର୍ବରୁ ଶ୍ରଦ୍ଧା ହତ୍ୟା ମାମଲାର ସମ୍ପୂର୍ଣ୍ଣ ବିବରଣୀ ଦେଇଛି । ମଙ୍ଗଳବାର ପୁଣି ଥରେ ଅଫତାବକୁ FSL କାର୍ଯ୍ୟାଳୟକୁ ଅଣାଯାଇଥିଲା । ପ୍ରବଳ ସୁରକ୍ଷା ମଧ୍ୟରେ ତାଙ୍କୁ ଏଠାକୁ ଅଣାଯାଇଥିଲା । ଲ୍ୟାବ ବାହାରେ କିଛି ଲୋକ ଅଫତାବକୁ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, ଅପତାବ 18 ମଇରେ ଶ୍ରଦ୍ଧା ୱାଲକରଙ୍କୁ ଗଳା କାଟି ହତ୍ୟା କରିଥିଲା ଏବଂ ପରେ ତାଙ୍କ ଶରୀରକୁ 35 ଖଣ୍ଡରେ କାଟି ଫ୍ରିଜରେ ରଖିଥିଲା । ଧିରେ ଧିରେ ଶରୀରର ଅଙ୍ଗଗୁଡ଼ିକୁ ତିନି ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ପକାଇଥିଲା । ସେ ଶରୀରର ଅଙ୍ଗଗୁଡ଼ିକୁ ଦକ୍ଷିଣ ଦିଲ୍ଲୀର ମେହେରୌଲି ଜଙ୍ଗଲରେ ପକାଇତିଲା ।

ବର୍ତ୍ତମାନ ଅଫତାବକୁ ଗିରଫ କରି ପଚରାଉଚୁରା କରାଯାଉଛି । ଅସୁସ୍ଥତା ହେତୁ ଅଫତାବର ପଲିଗ୍ରାଫ୍ ଟେଷ୍ଟ ପ୍ରଥମ ଅଧିବେଶନ ସ୍ଥଗିତ ରଖାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ 23 ନଭେମ୍ବରରେ ହେବାର ଥିଲା । କିନ୍ତୁ ତାହା ମଧ୍ୟ ସ୍ଥଗିତ ରଖାଗଲା, ପରେ ଦ୍ୱିତୀୟ ଏବଂ ତୃତୀୟ ଅଧିବେଶନ 25 ଏବଂ 26 ନଭେମ୍ବରରେ କରାଯାଇଥିଲା । ଅପତାବ ପଲିଗ୍ରାଫ୍ ପରୀକ୍ଷା ପରେ ବିଶେଷଜ୍ଞମାନେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଆଜି ଏହି ରିପୋର୍ଟ ଆସିପାରେ ବୋଲି ବିଶ୍ୱାସ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+