Get Updates
Get notified of breaking news, exclusive insights, and must-see stories!

ହତ୍ୟା କରିବା ପରେ ମଧ୍ୟ ମଜା କରୁଥିଲା ଅଫତାବ, ଅନ୍ୟ ଜଣେ ମହିଳାଙ୍କୁ ଦେଇଥିଲା ଶ୍ରଦ୍ଧାଙ୍କ ମୁଦି

ଯେଉଁ ଅସ୍ତ୍ରରେ ଅଫତାବ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି କାଟିଥିଲା, ତାହା ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରିବା ପାଇଁ ଅଫତାବ କେଉଁ ଅସ୍ତ୍ର ବ୍ୟବହାର କରିଥିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ ।

ନୂଆଦିଲ୍ଲୀ : ଶ୍ରଦ୍ଧା ୱାnକର ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଲିଭ୍ ଇନ୍ ପାର୍ଟନର ଅଫତାବ ପୁନାୱାଲା ତାର ପ୍ରେମିକାଙ୍କୁ ହତ୍ୟା କରି 35 ଖଣ୍ଡରେ କାଟିବା ମାମଲା ସମସ୍ତଙ୍କୁ ଚକ୍କିତ କରିଦେଇଛି । ଏହି ପୂରା ମାମଲାରେ ପୋଲିସ ଲଗାତାର ପ୍ରମାଣ ଖୋଜିବାରେ ଲାଗିଛି । ଏପରିକି ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଲାଗିଛି । ଯଦି ଦିଲ୍ଲୀ ପୋଲିସ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଯେଉଁ ଅସ୍ତ୍ରରେ ଅଫତାବ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି କାଟିଥିଲା, ତାହା ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରିବା ପାଇଁ ଅଫତାବ କେଉଁ ଅସ୍ତ୍ର ବ୍ୟବହାର କରିଥିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ ।

delhi murder case

ଅଫତାବକୁ ପଚରାଉଚରା ବେଳେ ଏହା ମଧ୍ୟ ଜଣାପଡିଛି ଯେ ଶ୍ରଦ୍ଧାଙ୍କ ହତ୍ୟା ପରେ ସେ ଅନ୍ୟ ମହିଳାଙ୍କୁ ଫ୍ଲାଟକୁ ଆଣିଥିଲା । ଏପରିକି ସେ ଶ୍ରଦ୍ଧାଙ୍କୁ ହତ୍ୟା କରି ରଖିଥିବା ରୁମକୁ ସେ ଅନ୍ୟ ମହିଳାଙ୍କୁ ଆଣିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଫତାବ ଶ୍ରଦ୍ଧାଙ୍କୁ ଏକ ମୁଦି ଉପହାର ଦେଇଥିଲା । କିନ୍ତୁ ଶ୍ରଦ୍ଧାଙ୍କ ହତ୍ୟା ପରେ, ସେ ତାଙ୍କ ଫ୍ଲାଟକୁ ଆଣିଥିବା ଦ୍ୱିତୀୟ ଗର୍ଲଫ୍ରେଣ୍ଡକୁ ମଧ୍ୟ ସେହି ସମାନ ମୁଦି ଉପହାର ଦେଇଥିଲା । ବର୍ତ୍ତମାନ ପୋଲିସ ସେହି ମୁଦି ଜବତ କରିଛି ।

ଅପରପକ୍ଷରେ ଅଫତାବ ପୁନାୱାଲାର ପଲିଗ୍ରାଫିକ୍ ଟେଷ୍ଟର ଅବଶିଷ୍ଟ ଅଧିବେଶନ ମଧ୍ୟ ସମାପ୍ତ ହୋଇଛି । ଏହି ପରୀକ୍ଷା ଦିଲ୍ଲୀର ରୋହିଣୀ, FSL ରେ କରାଯାଇଥିଲା । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଫତାବ ଆଜି ସକାଳ 9.50 ରେ ପହଞ୍ଚିଥିଲା ଏବଂ ତାଙ୍କ ପ୍ରଶ୍ନ ସକାଳ 11 ଟାରୁ ଆରମ୍ଭ ହୋଇଥିଲା । ଅଫତାବ ଶୁକ୍ରବାର ଦିନ ତିନିଟି ଅଧିବେଶନ କରିଥିଲା । ସୂଚନାଯୋଗ୍ୟ ଯେ ଅଫତାବକୁ ତିହାର ଜେଲର ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି । 24 ଘଣ୍ଟା ସିସିଟିଭି କ୍ୟାମେରାରେ ତା ଉପରେ ନଜର ରଖାଯାଇଛି । ପୋଲିସ ଏପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ମୁଣ୍ଡ ଖୋଜି ପାଇ ନାହିଁ, କେବଳ ଅଳ୍ପ କିଛି ମୃତଦେହ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ ଅଫତାବ ତାର ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କ ଶରୀରକୁ 35 ଖଣ୍ଡରେ କାଟି 300 ଲିଟର ଫ୍ରିଜରେ ରଖିଥିଲା । 3 ସପ୍ତାହ ପରେ ସେ ମୃତ ଦେହର ଖଣ୍ଡଗୁଡ଼ିକୁ ମେହେରୌଲୀ ଜଙ୍ଗଲରେ ଫିଙ୍ଗିଥିଲାୀ । ଅଫତାବକୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ମୃତଦେହ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ତା ଘରୁ ଏକ ଛୁରୀ ଜବତ କରାଯାଇଛି, ଯାହା ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । ଶରୀରକୁ ଖଣ୍ଡ ଖଣ୍ଡ କରିବା ପାଇଁ ଏହି ଛୁରୀ ବ୍ୟବହୃତ ହୋଇଥିଲା ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+