For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରଦ୍ଧା ହତ୍ୟାକାଣ୍ଡରେ ନୂଆ ଖୁଲାସା, ଚାଇନାର ଛୁରୀରେ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲା, ମୁମ୍ବାଇରେ ସମୁଦ୍ରକୁ ଫିଙ୍ଗିଥିଲା ଫୋନ

ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ହାତରେ ଆଉ ଏକ ନୂଆ ତଥ୍ୟ ଲାଗିଛି । ସୂଚନାନୁସାରେ, ଅଭିଯୁକ୍ତ ଅଫତାବ ଶ୍ରଦ୍ଧାଙ୍କ ମୃତ ଦେହକୁ ଚାଇନାର ଛୁରୀରେ କାଟିଥିଲା ।

|

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ହାତରେ ଆଉ ଏକ ନୂଆ ତଥ୍ୟ ଲାଗିଛି । ସୂଚନାନୁସାରେ, ଅଭିଯୁକ୍ତ ଅଫତାବ ଶ୍ରଦ୍ଧାଙ୍କ ମୃତ ଦେହକୁ ଚାଇନାର ଛୁରୀରେ କାଟିଥିଲା । ଏହା ପରେ ସେ ଯେଉଁ ସ୍ଥାନକୁ ଏହା ଫୋପାଡ଼ିଥିଲା ସେହି ସ୍ଥାନ ବିଷୟରେ ପୋଲିସ ଜାଣିବାକୁ ପାଇଛି । ତଦନ୍ତକାରୀ ଦଳକୁ ଶ୍ରଦ୍ଧାଙ୍କ ଫୋନ୍ ବିଷୟରେ ଅଫତାବ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯାହାକୁ ଖୋଜାଯାଉଛି, କିନ୍ତୁ ଏହାକୁ ପାଇବା କଷ୍ଟକର ବୋଲି କୁହାଯାଇଛି ।

aftab poonawalla

ସୂତ୍ରରୁ ପ୍ରକାଶ ଯେ ଚୀନ୍‌ର ଛୁରୀରେ ଶରୀରକୁ କାଟିଥିବା ନେଇ ଅଫତାବ ସ୍ୱୀକାର କରିଛି । ସେ ନାର୍କୋ ଟେଷ୍ଟ୍ ରେ ଛୁରୀକୁ ଲୁଚାଇ ରଖିଥିବା ସ୍ଥାନ ବିଷୟରେ ପୋଲିସକୁ ମଧ୍ୟ କହିଛି । ଅଫତାବ ଏହା ମଧ୍ୟ କହିଛି ଯେ ହତ୍ୟା ପରେ ସେ ପ୍ରଥମେ ମୃତ ଦେହର ହାତ କାଟି ଖଣ୍ଡ ଖଣ୍ଡ କରି ଦେଇଥିଲା । ଯେତେବେଳେ ପୋଲିସ ମେହରୌଲିରେ ଅଫତାବର ଫ୍ଲାଟ ଯାଞ୍ଚ କରିଥିଲା, ସେଥିରୁ ଅନେକ ତୀକ୍ଷ୍ଣ ଅସ୍ତ୍ର ଜବତ କରାଯାଇଥିଲା । ବର୍ତ୍ତମାନ, ଅଫତାବ ସ୍ଥାନ ବିଷୟରେ କହିଥିବା ସ୍ଥାନରେ ପୋଲିସ ଟିମ୍ ସର୍ଚ୍ଚ ଅପରେସନ କରୁଛି ।

ଅନ୍ୟପକ୍ଷରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ତାଙ୍କ ଫୋନକୁ ନିଜ ପାଖରେ ରଖିଥିଲା । ଯେତେବେଳେ ମୁମ୍ବାଇ ପୋଲିସ ତାକୁ ପଚରାଉଚରା ପାଇଁ ଡାକିଥିଲା ସେତେବେଳେ ଫୋନ୍ ତା ପାଖରେ ଥିଲା । ପରେ ସେ ଏହାକୁ ମୁମ୍ବାଇର ସମୁଦ୍ରରେ ଫିଙ୍ଗିଥିଲା । ଏଭଳି ପରିସ୍ଥିତିରେ ଏହା ମିଲିବାର ସମ୍ଭାବନା ବହୁତ କମ୍ ବୋଲି କୁହାଯାଉଛି ।

କୋର୍ଟଙ୍କ ଅନୁମତି ପରେ ଗୁରୁବାର ଦିନ ଅଭିଯୁକ୍ତର ନାର୍କୋ ଚେଷ୍ଟ ଦିଲ୍ଲୀର ଏକ ଡାକ୍ତରଖାନାରେ କରାଯାଇଥିଲା । ଏଥିରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ପୋଲିସର ସୂଚନାନୁସାରେ, ଅଫତାବ ଏହି ଘଟଣାକୁ ମେ 18 ରେ କରିଥିଲା । ଏଭଳି ପରିସ୍ଥିତିରେ ସେ ତୀକ୍ଷ୍ଣ ଅସ୍ତ୍ର କେବେ କିଣିଥିଲା ସେ ବିଷୟରେ ଜାଣିବାକୁ ଚେଷ୍ଟା କରାଯାଉଛି । ଯଦି ସେ ହତ୍ୟା ପୂର୍ବରୁ ସେଗୁଡ଼ିକୁ କିଣିଥିଲା, ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପ୍ରମାଣିତ ହେବ । କିନ୍ତୁ, ଅଫତାବ କହୁଛି ଯେ ସେ କ୍ରୋଧରେ ଏହା କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shraddha Murder Case : Aftab Cut Shradhha's Body With Chinese knife
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X