Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧାଙ୍କ ମୃତଦେହ ଘରେ ରଖି ଅନ୍ୟ ମହିଳାଙ୍କ ସହ କରୁଥିଲା ରୋମାନ୍ସ !

ଶ୍ରଦ୍ଧାଙ୍କୁ ହତ୍ୟା କରିବାର କିଛି ଦିନ ପରେ ଅଫତାବ ଅନ୍ୟ ଜଣେ ମହିଳାଙ୍କୁ ଏକ ଡେଟିଂ ଆପ୍ ମାଧ୍ୟମରେ ଜାଲରେ ଫସାଇ ତାଙ୍କୁ ସେହି ଫ୍ଲାଟକୁ ଡାକିଥିଲା ଯେଉଁଠାରେ ଶ୍ରଦ୍ଧାଙ୍କ ମୃତଦେହ ରଖାଯାଇଥିଲା ।

ଶ୍ରଦ୍ଧା ହତ୍ୟା ମାମଲା : ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶକୁ ଥରାଇ ଦେଇଛି । ଶ୍ରଦ୍ଧା ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଫତାବ ପୋଲିସ ହେପାଜତରେ ଅଛି । ପଚରାଉଚୁରା ସମୟରେ ଘଟଣା ସମ୍ପର୍କରେ ଅନେକ ନୂତନ ଏବଂ ଚକିତକାରୀ ଖୁଲାସା ହେଉଛି । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଶ୍ରଦ୍ଧାଙ୍କୁ ହତ୍ୟା କରିବାର କିଛି ଦିନ ପରେ ଅଫତାବ ଅନ୍ୟ ଜଣେ ମହିଳାଙ୍କୁ ଏକ ଡେଟିଂ ଆପ୍ ମାଧ୍ୟମରେ ଜାଲରେ ଫସାଇ ତାଙ୍କୁ ସେହି ଫ୍ଲାଟକୁ ଡାକିଥିଲା ଯେଉଁଠାରେ ଶ୍ରଦ୍ଧାଙ୍କ ମୃତଦେହ ରଖାଯାଇଥିଲା । ଏପରିକି ସେ ସେହି ମହିଳାଙ୍କ ସହ ସମ୍ପର୍କ ରଖିଥିଲା ।

delhi murder case

ଖବର ଅନୁଯାୟୀ, ଅଫତାବ ପଚରାଉଚରା ବେଳେ କହିଛି ଯେ ସେ ମହିଳା ଜଣକ ଆସିବା ପୂର୍ବରୁ ସେ ଶ୍ରଦ୍ଧାଙ୍କ ଶରୀରର ଖଣ୍ଡଗୁଡ଼ିକୁ ଫ୍ରିଜରୁ ବାହାର କରି ଖଟରେ ଲୁଚାଇ ଦେଇଥିଲା । ରୁମ୍ ରେ ଯେପରି ଦୁର୍ଗନ୍ଧ ନ ହୁଏ ସେ ନେଇ ଅଫତାବ ରୁମ ଫ୍ରେଶେନର ଏବଂ ଅଗରବତୀ ଜଳାଉଥିଲା ।

26 ବର୍ଷୀୟ ଶ୍ରଦ୍ଧା ୱାକର ତାଙ୍କ ପରିବାର ସହିତ ମହାରାଷ୍ଟ୍ରର ପାଲଗରରେ ରହୁଥିଲେ । ଏକ କଲ ସେଣ୍ଟରରେ କାମ କରୁଥିବାବେଳେ ଶ୍ରଦ୍ଧା ଅପତାବଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା । ଯେତେବେଳେ ପରିବାର ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ସେମାନେ ବିରୋଧ କରିଥିଲେ । ଏହା ପରେ ଶ୍ରଦ୍ଧା ତାଙ୍କ ଘରୁ ଯାଇ ଅଫତାବଙ୍କ ସହ ରହିଥିଲେ । ଦୁହେଁ ହଠାତ୍ ମୁମ୍ବାଇ ଛାଡି ଦିଲ୍ଲୀ ଆସିଥିଲେ । ମେହରୌଲିର ଛତରପୁର ଅଞ୍ଚଳରେ ଏଠାରେ ରହିଥିଲେ । ଏହା ପରେ ଶ୍ରଦ୍ଧାଙ୍କ ଫୋନ୍ ନମ୍ବର ବନ୍ଦ ହୋଇଯାଇଥିଲା ।

ପୋଲିସ ଅଫତାବ ଅମୀନ ପୁନାୱାଲାଙ୍କୁ ଗିରଫ କରିଛି । ସେ ନିଜର ଅପରାଧ ସ୍ୱୀକାର କରିଛି । ସୋମବାର ଦିଲ୍ଲୀ ପୋଲିସ ଏହି ବିଷୟରେ ପ୍ରକାଶ କରିଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ଅଫତାବ 6 ମାସ ପୂର୍ବରୁ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା । ଶ୍ରଦ୍ଧା ଅଫତାବଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ତାଙ୍କ ଶରୀରକୁ 35 ଖଣ୍ଡରେ କାଟି ଦେଇଥିଲା । ସେ ମୃତ ଶରୀରର ଏହି ଖଣ୍ଡଗୁଡ଼ିକୁ 18 ଦିନ ମଧ୍ୟରେ ଜଙ୍ଗଲରେ ଫୋପାଡ଼ି ଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+