ହାଇଦ୍ରାବାଦର ଦୁର୍ଦ୍ଦାନ୍ତ ଅପରାଧୀ ତଥା ସିରିଏଲ୍ କିଲର ଗିରଫ, 21ଟି ହତ୍ୟାକାଣ୍ଡରେ ସାମିଲ୍ ଥିଲା ଅଭିଯୁକ୍ତ, ଟାର୍ଗେଟରେ ମହିଳା

ଦୁର୍ଦ୍ଦାନ୍ତ ଅଭିଯୁକ୍ତ ରାମୁଲୁ ପୂର୍ବରୁ 21ଟି ମାମଲାରେ ଗିରଫ ହୋଇସାରିଛି, ଯେଉଁଥିରେ 16ଟି କେବଳ ହତ୍ୟାକାଣ୍ଡ, 4ଟି ସମ୍ପତ୍ତି ମାମଲା ଏବଂ ଗୋଟିଏ ପୋଲିସ୍ ହେପାଜତରୁ ଖସିଯିବା ମାମଲା ରହିଛି ।

ହାଇଦ୍ରାବାଦ (ତେଲେଙ୍ଗାନା) : ବିବାହର କିଛି ଦିନ ପରେ ସ୍ତ୍ରୀ ଅନ୍ୟ ପୁରୁଷ ସହ ପଳାଇଥିଲା । ଏହା ପରେ ସ୍ୱାମାର ମାନସିକ ସ୍ଥିତି ବିଗିଡ଼ିବା ସହ ମହିଳାଙ୍କ ପ୍ରତି ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା । ପ୍ରତିଶୋଧ ପରାୟଣ ହୋଇ ସେ ମହିଳାଙ୍କୁ ଟାର୍ଗେଟ୍ କରିବା ସହ ସେମାନଙ୍କୁ ହତ୍ୟା କରୁଥିଲା । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦର ତେଲେଙ୍ଗାନା ଅନ୍ତର୍ଗତ ସାଙ୍ଗା ରେଡ୍ଡୀ ଗ୍ରାମରୁ । ଅଭିଯୁକ୍ତ ଏ ପର୍ଯ୍ୟନ୍ତ 16ଟି ହତ୍ୟାକାଣ୍ଡ କରିବା ସହ ସମ୍ପତ୍ତି ଚୋରି ମାମଲା ଓ ପୋଲିସ୍ ହେପାଜତରୁ ଖସିବା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦର ଦକ୍ଷିଣାଞ୍ଚଳ କମିଶନର ଅଞ୍ଜନୀ କୁମାର ।

ଅଞ୍ଜନୀ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଟାସ୍କ ଫୋର୍ସ ଏବଂ ରାଚାଖୋଣ୍ଡା ପୋଲିସ ମିଳିତ ଭାବେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ସିଦ୍ଦିପେଟ୍ କମିଶନରେଟ୍ ଅଧିନରେ ଥିବା ମୁଲୁଗୁ ପୋଲିସ୍ ଷ୍ଟେସନ୍ ଏବଂ ରଚାକୋଣ୍ଡା କମିଶନରେଟ୍ ଘଟକେଶର ପୋଲିସ୍ ଷ୍ଟେସନ୍ ଅଧିନରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡର ତଦନ୍ତ ସମୟରେ ଏଥିରେ ସମ୍ପୃକ୍ତ ମୈନା ରାମୁଲୁକୁ ମଙ୍ଗଳବାର ପୋଲିସ୍ ଗିରଫ କରିଛି ।

Hyderabad-commissioner-Anjani Kumar

ଏହି ବହୁଚର୍ଚ୍ଚିତ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ରାମୁଲୁ ପୂର୍ବରୁ 21ଟି ମାମଲାରେ ଗିରଫ ହୋଇସାରିଛି, ଯେଉଁଥିରେ 16ଟି କେବଳ ହତ୍ୟାକାଣ୍ଡ, 4ଟି ସମ୍ପତ୍ତି ମାମଲା ଏବଂ ଗୋଟିଏ ପୋଲିସ୍ ହେପାଜତରୁ ଖସିଯିବା ମାମଲା ରହିଛି । ସେ ଆଜୀବନ କାରାଦଣ୍ଡ ସଜା ଭୋଗୁଥବା ବେଳେ ତେଲେଙ୍ଗାନା ହାଇକୋର୍ଟରେ ଏକ ଆବେଦନ ପରେ ମୁକ୍ତ ହୋଇଥିଲା ।

ହାଇଦ୍ରାବାଦ ନଗର ପୋଲିସ କମିଶନର ଅଞ୍ଜନି କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଜାନୁଆରୀ 1, 2021 ରେ ହାଇଦ୍ରାବାଦ ନିବାସୀ କଭାଲା ଅନାଥାୟା ଜୁବୁଲି ହିଲ୍ସ ପୋଲିସକୁ ଆସି ତାଙ୍କ ପତ୍ନୀ କାଭାଲା ଭେଙ୍କଟାମା (50) ଡିସେମ୍ବର 30 ସକାଳ ଟାରୁ ନିଖୋଜ ଥିବା ନେଇ ଅଭିଯୋଗ ଆଣିଥିଲେ । ଏହା ପରେ ଉତ୍ତରାଞ୍ଚଳ ଟାସ୍କ ଫୋର୍ସ ଟିମ୍, ହାଇଦ୍ରାବାଦ ସିଟି ପୋଲିସ୍ ନିଖୋଜ ମହିଳାଙ୍କୁ ଖୋଜିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଜାନୁୟାରୀ 4, 2021 ରେ ଘାଟକେସର ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଅଙ୍କୁଶାପୁର ଗାଁର ରେଳ ଟ୍ରାକ୍ ନିକଟରେ ଭେଙ୍କଟାମାଙ୍କ ମୃତଦେହ ମିଳିଥିଲା । "

"ଅଭିଯୁକ୍ତ ରାମୁଲୁ ତେଲେଙ୍ଗାନାର ସାଙ୍ଗା ରେଡ୍ଡୀ ଜିଲ୍ଲାର ଅରୁତଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । 21 ବର୍ଷ ବୟସରେ ତାଙ୍କ ପିତାମାତା ତାଙ୍କ ବିବାହ କରିଥିଲେ କିନ୍ତୁ ଅଳ୍ପ ଦିନ ପରେ ତାଙ୍କ ପତ୍ନୀ ଅନ୍ୟ ଜଣେ ପୁରଷଙ୍କ ସହ ସମ୍ପର୍କ ପଳାଇଥିଲେ । ସେବେଠାରୁ ତାଙ୍କର ମହିଳାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ମହିଳାଙ୍କ ହତ୍ୟା କରିବା ଆରମ୍ଭ କରିଥିଲା । 2003 ପରଠାରୁ ସେ 16 ଟି ଅପରାଧ କରିଛି । ଏଥିସହିତ ଅଭିଯୁକ୍ତ ସମ୍ପତ୍ତି ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ଅଛି ବୋଲି କମିଶନର ଅଞ୍ଜନି ସୂଚନା ଦେଇଛନ୍ତି ।

ରେଙ୍ଗା ରେଡ୍ଡୀ ଅତିରିକ୍ତ ଜିଲ୍ଲା ତଥା ସେଶନ୍ ଜଜ୍ ଅଭିଯୁକ୍ତ ରାମୁଲୁକୁ 2011 ମସିହା ଫେବୃଆରୀ 1ତାରିଖରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ 500 ଟଙ୍କା ଜୋରିମାନା କରିଥିଲେ ।

ଅଞ୍ଜାନି କୁମାର ଆହୁରି ମଧ୍ୟ କହିଛନ୍ତି, "ସେଣ୍ଟ୍ରାଲ ଜେଲ ଚେରପାଲିରେ ଆଜୀବନ କାରାଦଣ୍ଡରେ ଥିବାବେଳେ ତାଙ୍କୁ ଡିସେମ୍ବର 1, 2011 ରେ ଚିକିତ୍ସା ପାଇଁ ଏରାଗଡାର ମାନସିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ, ସେ ଅନ୍ୟ ପାଞ୍ଚ ଜଣ କଏଦୀଙ୍କ ସହ 2011 ମସିହା ଡିସେମ୍ବର 30 ତାରିଖ ମଧ୍ୟରାତ୍ରିରେ ଡାକ୍ତରଖାନାରୁ ଫେରାର୍ ହୋଇ ଯାଇଥିଲା । ଏହା ପରେ ତା ବିରୋଧରେ ପୋଲିସ୍ ହେପାଜତରୁ ଫେରାର୍ ହେବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ୍ ହେପାଜତରୁ ଫେରାର୍ ହେବା ପରେ ରାମୁଲୁ ଆହୁରି 5ଟି ହତ୍ୟାକାଣ୍ଡ ଭିଆଇଥିଲା । ସେଥିମଧ୍ୟରୁ ବୋଏନପାଲି ପୋଲିସ୍ ଷ୍ଟେସନ୍ ଅଧିନରେ ଦୁଇଟି, ଚାନ୍ଦ ନଗର ପୋଲିସ୍ ଷ୍ଟେସନ୍ ଅଧିନରେ ଦୁଇଟି ଏବଂ ଦୁଣ୍ଡିଗଲ ପୋଲିସ୍ ଷ୍ଟେସନ୍ ଅଧିନରେ ଗୋଟିଏ ହତ୍ୟାକାଣ୍ଡ କରିଛି । ଏହାପରେ ଏହି 5ଟି ହତ୍ୟାକାଣ୍ଡ ମାମଲାରେ 2013 ମସିହା ମେ 13 ତାରିଖରେ ବୋଏନପାଲି ପୋଲିସ୍ ତାକୁ ଗିରଫ କରିଥିଲା । ଏହି ଗିରଫ ପରେ ତେଲେଙ୍ଗାନା ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରି 2018 ମସିହା ଅକ୍ଟୋବର 3ତାରିଖରେ ସେ ଜେଲରୁ ମୁ୍କ୍ତ ହୋଇଥିଲା ବୋଲି ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।

"ତଥାପି ତା ମନୋଭାବରେ ପରିବର୍ତ୍ତନ ଆସିନାହିଁ । ପରେ ସେ ଆହୁରି ଦୁଇଟି ହତ୍ୟାକାଣ୍ଡ କରିଥିଲା,, ସେଥିରୁ ଗୋଟିଏ ସମିରପେଟ ପୋଲିସ୍ ଷ୍ଟେସନ୍ ଅଧିନରେ ଏବଂ ଅନ୍ୟଟି ପଟନଚେରୁ ପୋଲିସି ଷ୍ଟେସନ୍ ଅଧିନରେ । ଏହା ପରେ ପୁଣି ସେ ଗିରଫ ହେବା ସହ ନ୍ୟାୟିକ ହେପାଜତରେ ରହିଥିଲା । ପରେ ସେ 2020 ମସିହା ଜୁଲାଇ 31 ତାରିଖରେ ଚେରାପଲି ସେଣ୍ଚ୍ରାଲ୍ କାରାଗାରରୁ ମୁକ୍ତ ହୋଇଥିଲା ।

ଡିସେମ୍ବର 10, 2020 ରେ, ଅଭିଯୁକ୍ତ ବାଲା ନଗର (ସାଇବରାବାଦ) ଟୋଡି କମ୍ପାଉଣ୍ଡକୁ ଯାଇ ଜଣେ 35 ରୁ 45 ବର୍ଷ ବୟସର ଜଣେ ଅଜ୍ଞାତ ମହିଳାଙ୍କୁ ନିଜ ଫାଶରେ ପକାଇଥିଲା । ସେ ତାଙ୍କୁ ତା ସହିତ ମଦ ପିଇବାକୁ କହିବା ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବିପୁଳ ଟଙ୍କା ଦେବା ପାଇଁ ପ୍ରସ୍ତାବ ଦେଇଥିଲା । ଏହା ପରେ ସେ ମହିଳାଙ୍କୁ ସିଦ୍ଧପେଟ ଅଞ୍ଚଳର ମୁଲୁଗୁ ପୋଲିସ ଷ୍ଟେସନ ଅଧିନରେ ଥିବା ଜାଫ୍ଟା ସିଙ୍ଗୟାପାଲି ଗାଁର ଏକ ନିଛାଟିଆ ସ୍ଥାନକୁ ନେଇଥିଲା । ଉଭୟ ମଦ ପିଇବା ପରେ ଅଭିଯୁକ୍ତ ଜଣକ ମହିଳାଙ୍କ ଶାଢୀରେ ତାଙ୍କ ଗଳାକୁ ଚାପି ହତ୍ୟା କରିବା ସହ ରୂପା ସାମଗ୍ରୀ ଚୋରି କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ବୋଲି କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଡିସେମ୍ବର 30, 2020 ରେ ସେ ଜୁବୁଲି ହିଲ୍ସ ପୋଲିସ୍ ଷ୍ଟେସନ ଅଧିନରେ ଥିବା ୟୁସୁଫଗୁଡା କମ୍ପାଉଣ୍ଡରୁ ଅନ୍ୟ ଜଣେ ମହିଳା କାଭାଲା ଭେଙ୍କଟାମା (50) କୁ ନିଜ ଫାଶରେ ପକାଇ ଘାଟକେସର ପୋଲିସ ଷ୍ଟେସନ ଅନ୍ତର୍ଗତ ଅଙ୍କୁଶପୁର ଗ୍ରାମର ଏକ ନିଛାଟିଆ ସ୍ଥାନକୁ ନେଇଥିଲା । ମଦ ପିଇବା ପରେ ସେ ମହିଳାଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ଅଳଙ୍କାର ଲୁଟି ଫେରାର୍ ହୋଇଯାଇଥିଲା ।

କୁମାର ସୂଚନା ଦେଇଛନ୍ତି ଯେ, ଉତ୍ତରାଞ୍ଚଳ ଟାସ୍କ ଫୋର୍ସ ଟିମ୍ ଏବଂ ଘାଟକେସର ପୋଲିସ୍ ମିଳିତ ଭାବେ ୟୁସୁଫଗୁଡା କମ୍ପାଉଣ୍ଡରୁ ଘାଟକେସର ପର୍ଯ୍ୟନ୍ତ ସମସ୍ତ ସମ୍ଭାବ୍ୟ ସ୍ଥାନରେ ପ୍ରାୟ 500 ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ମୋଡସ୍ ଅପରେଣ୍ଡିକୁ ମଧ୍ୟ ଯାଞ୍ଚ କରିଛନ୍ତି । ଏହା ପରେ ଜାନୁଆରୀ 26 ତାରିଖରେ ରାମୁଲୁ କୁ ଅଭିଯୁକ୍ତ ଭାବେ ଚିହ୍ନଟ କରିଛନ୍ତି । ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ ଘାଟକେସର ପୋଲିସ ଷ୍ଟେସନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+