ଆର୍ୟନ୍ କେସ୍ : ମୁହଁ ଫେରାଇଲା ଏନସିବିର ଦ୍ୱିତୀୟ ସାକ୍ଷୀ, କହିଛନ୍ତି- ୱାନଖେଡେ ସାଧା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ
ପ୍ରଭାକର ସେଲ ପରେ ଶେଖର କାମ୍ବଲେ ବର୍ତ୍ତମାନ ଦାବି କରିଛନ୍ତି ଯେ ଏନସିବି ଜୋନାଲ ହେଡ ସମୀର ୱାନଖେଡେ ତାଙ୍କୁ 10-12 ସାଦା କାଗଜରେ ଦସ୍ତଖତ କରାଇଥିଲେ ।
ମୁମ୍ବାଇ : ଚଳିତ ମାସ ଆରମ୍ଭରେ ଏନସିବି ମୁମ୍ବାଇର ଏକ କ୍ରୁଜ୍ ଜାହାଜ ଉପରେ ଚଢାଉ କରି ଆର୍ୟନ ଖାନଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଥିଲା । ସମୟ ଗଡ଼ିବା ସହ ଏହି ମାମଲା ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ଏହି ମାମଲାରେ ଏନସିବିର ଅନ୍ୟ ଜଣେ ସାକ୍ଷୀ ମଧ୍ୟ ବୟାନ ବଦଳାଇଛନ୍ତି । ଏଥିସହ ସେ ୱାନଖେଡେଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ପ୍ରଭାକର ସେଲ ପରେ ଶେଖର କାମ୍ବଲେ ବର୍ତ୍ତମାନ ଦାବି କରିଛନ୍ତି ଯେ ଏନସିବି ଜୋନାଲ ହେଡ ସମୀର ୱାନଖେଡେ ତାଙ୍କୁ 10-12 ସାଦା କାଗଜରେ ଦସ୍ତଖତ କରାଇଥିଲେ । ଯାହା ପରେ ମୁମ୍ବାଇର ଖାରଗରରୁ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରିବା ଘଟଣାରେ ପଞ୍ଚନାମା ଭାବରେ ବ୍ୟବହୃତ ହୋଇଥିଲା । କାମ୍ବଲେଙ୍କ ଅନୁଯାୟୀ, ୱାନଖେଡେ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ କିଛି ହେବ ନାହିଁ । ଏହାର ପ୍ରମାଣ ଭାବରେ ସେ କଲ୍ ରେକର୍ଡ ମଧ୍ୟ ଦେଖାଇଥିଲେ ।
ସାକ୍ଷୀ ଜଣକ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏନସିବି ଅଧିକାରୀ ଅନିଲ ମାନେ ତାଙ୍କୁ ଗତକାଲି ରାତିରେ ଫୋନ କରି କାହା ସହ କଥା ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମଙ୍ଗଳବାର ରାତିରେ ଟିଭିରେ ଏହି ଖବର ଦେଖିଥିଲେ, ଯେଉଁଥିରେ ଖାରଗର୍ ମାମଲା ଉଲ୍ଲେଖ କରାଯାଇଥିଲା । ସେବେଠାରୁ ସେ ଭୟଭୀତ ହୋଇପଡିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଶିଷ ରଂଜନ ନାମକ ଜଣେ ଏନସିବି ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି ।
ମଙ୍ଗଳବାର ଦିନ ପ୍ରଭାକର ସେଲ ଅଭିଯୋଗ କରିଛନ୍ତି ଯେ ସେ ଗୋସାବୀ ଏବଂ ସାମ ଡି'ସୁଜା ଆର୍ୟନ ଖାନଙ୍କୁ ଛାଡିବାକୁ 25 କୋଟି ଟଙ୍କା ନେବାର କଥା ସେ ଶୁଣିଛନ୍ତି । ଏଥିରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କୁ 8 କୋଟି ଟଙ୍କା ଦେବାକୁ ଥିଲା । ସମୀର ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଛନ୍ତି । ପ୍ରଭାକର ସେଲ୍ ଆହୁରି କହିଛନ୍ତି ଯେ ସେ କୌଣସ ଚାପରେ କିମ୍ବା ଟଙ୍କା ପାଇଁ ଏହି ବିବୃତ୍ତି ଦେଉନାହାଁନ୍ତି, କିମ୍ବା କୌଣସି ମନ୍ତ୍ରୀଙ୍କ ସହିତ ତାଙ୍କର କୌସି ସମ୍ପର୍କ ନାହିଁ ।












Click it and Unblock the Notifications