Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ, ପଚାରିଲେ -‘ପ୍ରଥମେ କୁହନ୍ତୁ ଆପଣ କେଉଁଠି ଲୁଚିଛନ୍ତି'

ଦାଦାବଟି ଆଦାୟ ମାମଲାରେ ପଳାତକ ଘୋଷିତ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ ଝଟକା । ସେ କେଉଁଠାରେ ଲୁଚି ରହିଛନ୍ତି ତାହା ନ କହିବା ପର୍ଯ୍ୟନ୍ତ କୋର୍ଟ ତାଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି ।

ନୂଆଦିଲ୍ଲୀ : ଦାଦାବଟି ଆଦାୟ ମାମଲାରେ ପଳାତକ ଘୋଷିତ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ ଝଟକା । ସେ କେଉଁଠାରେ ଲୁଚି ରହିଛନ୍ତି ତାହା ନ କହିବା ପର୍ଯ୍ୟନ୍ତ କୋର୍ଟ ତାଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି । ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲାରେ ଗିରଫ ନହେବା ପାଇଁ ପରମବୀର ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ, କେଉଁଠାରେ ଅଛନ୍ତି ସେ ସମ୍ପର୍କରେ ସୂଚନା ନ ପାଇବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ ମୁଖ୍ୟଙ୍କୁ ପଳାତକ ଘୋଷିତ କରାଯାଇଛି । ସିଂହ ଆଜି ଅପରାଧିକ ମାମଲାରେ ଗିରଫଦାରୀରୁ ସୁରକ୍ଷା ମାଗି ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ ।

parambir singh

ଯେପର୍ଯ୍ୟନ୍ତ ସେ ଭାରତରେ ଅଛନ୍ତି କିମ୍ବା ବିଦେଶରେ ଲୁଚିଛନ୍ତି ତାହା ନ କହିବା ପର୍ଯ୍ୟନ୍ତ ମୁମ୍ବାଇର ପୂର୍ବତନ କମିଶନରଙ୍କ ନିବେଦନ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ମହାରାଷ୍ଟ୍ରରେ ପରମବୀର ସିଂହଙ୍କ ବିରୋଧରେ ଅତି କମରେ ପାଞ୍ଚଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ଏବଂ ଗୋରେଗାଓଁ ଦାଦାବଟି ଆଦାୟ ମାମଲାରେ ତାଙ୍କ ବିରୋଧରେ ଅନେକ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ତାଙ୍କ ଆବେଦନ ଉପରେ କହିଛନ୍ତି, 'ପରମବୀର ସିଂହ କେଉଁଠାରେ ଅଛନ୍ତି ? ସେ ଯାଞ୍ଚରେ ଯୋଗ ଦେଇନାହାଁନ୍ତି, ସେ କେଉଁଠାରେ ଅଛନ୍ତି ଆମେ ଜାଣି ନାହୁଁ । ସେ ଜଣେ ବରିଷ୍ଠ ଅଧିକାରୀ ଏବଂ ଏହା ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଏ ।'

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲ କହିଛନ୍ତି ଯେ 'ଯଦି ଆପଣ ବିଦେଶରେ ବସି କୋର୍ଟଙ୍କ ନିକଟକୁ ଆସୁଛନ୍ତି ... ତେବେ କୋର୍ଟ ତାଙ୍କ ସପକ୍ଷରେ ଆଦେଶ ଦେବା ପରେ ହିଁ ସେ ଫେରି ଆସିବେ । ଏହା ମଧ୍ୟ ହୋଇପାରେ ।' ପରମ୍ବୀର ସିଂହଙ୍କ ଓକିଲ ବେଞ୍ଚରୁ ନିର୍ଦ୍ଦେଶ ପାଇବାକୁ ସମୟ ମାଗିଥିଲେ । ଏହା ପରେ ନଭେମ୍ବର 22 ପାଇଁ ଗିରଫଦାରୀରୁ ସୁରକ୍ଷା ମାଗିଥିବା ଆବେଦନକୁ ତାଲିକାଭୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରୁ ପରମବୀର ସିଂହ ଫେରାର ଅଛନ୍ତି । ସେ ଭାରତରୁ ପଳାୟନ କରିଥାଇ ପାରନ୍ତି ବୋଲି ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛି । ବୁଧବାର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ 'ପଳାତକ' ଘୋଷଣା କରିଛନ୍ତି । ସେ ମୁଖ୍ୟ ଥିବା ସେହି ମୁମ୍ବାଇ ପୋଲିସର ଆବେଦନ ଉପରେ ତାଙ୍କୁ ପଳାତକ ଘୋଷିତ କରାଯାଇଛି । ଗୋରେଗାଓଁ ଦାଦାବଟି ମାମଲାରେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+