ଗୁଗୁନି ପାଇଁ ଜଳଖିଆ ଦୋକାନୀଙ୍କୁ ଛୁରୀଭୁଷି ହତ୍ୟା
ଭୁବନେଶ୍ୱର: ଘୁଗୁନୀ ପାଇଁ ଜଳଖିଆ ଦୋକାନୀଙ୍କୁ ଛୁରୀଭୁଷି ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୋଦ୍ ରାଜଧାନୀ ଉପକଣ୍ଠରେ । 24 ଦିନ ପରେ ଚନ୍ଦକା ଥାନା ସସ୍ମିତା ବେହେରା ହତ୍ୟାକାଣ୍ଡର ଖୁଲାସା ହେବା ପରେ ଏକଥା ସାମ୍ନାକୁ ଆସିଛି । ଏହି ମାମଲାରେ ଅଭିଯୁକ୍ତ ମିଥୁନ ଜେନାକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

ଜଳଖିଆ ଦୋକାମୀ ସସ୍ମିତା ବେହେରାଙ୍କ ହତ୍ୟାର 24 ଦିନ ପରେ ଶେଷରେ ହତ୍ୟାକାରୀକୁ ଧରିଛି ସ୍ପେଶାଲ ସ୍କ୍ୱାଡ୍ । 30 ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାରାଥନ ଜେରା ପରେ ସଫଳତା ପାଇଛି ପୋଲିସ୍ । ଟାଓ୍ବାର ଡମ୍ପ ରେକର୍ଡ, କଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟରୁ, ଚନ୍ଦକା ଥାନା ପୋଲିସ କିଛି ନପାଇବା ପରେ ଶେଷରେ ଅଭିଯୁକ୍ତକୁ ଧରିଛି ସ୍ପେଶାଲ ସ୍କ୍ୱାଡ୍ । ଗତ 7 ତାରିଖରେ ଗୋଠପାଟଣା ଛକରେ ଜଳଖିଆ ଦୋକାନ କରିଥିବା ସସ୍ମିତା ବେହେରାଙ୍କୁ ହତ୍ୟା କରାଯିବା ପଛରେ କାରଣ ହେଉଛି ଘୁଗୁନି । ହତ୍ୟାର ଦିନକ ପୂର୍ବରୁ ଜଳଖିଆ ଖାଇବା ବେଳେ ଘୁଗୁନି ମାଗିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରଦିନ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଘଙ୍ଗାପାଟଣା ତଳସାହିରର ମିଥୁନ ଜେନା ଏକ ଧାରୁଆ ଛୁରି କିଣି ଆଣିବା ସହ ସସ୍ମିତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ।
ମିଥୁନକୁ କାବୁ କରିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏଟ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି ।












Click it and Unblock the Notifications