Get Updates
Get notified of breaking news, exclusive insights, and must-see stories!

ଲୁଟ୍ ର ନୂଆ ତରିକା, ବରଯାତ୍ରୀ ବେଶରେ ଆସି ଲୁଟିନେଲେ ଗିଫ୍ଟ ଓ ଟଙ୍କା ଖାମ୍

ଭୁବନେଶ୍ୱର: ବାହାଘର ସିଜିନି ଚାଲିଥିବା ବେଳେ ଏହାକୁ ମଉକା ବନେଇଛନ୍ତି କିଛି ଲୁଟେରା । ରାଜଧାନୀରେ ମାତିଛନ୍ତି ବରଯାତ୍ରୀ ଲୁଟେରା । ବରଯାତ୍ରୀ ବେଶରେ ଆସୁଛନ୍ତି, ଗହଳିର ସୁଯୋଗ ଦେଖି କଲାକନା ବୁଲାଇ ଦେଉଛନ୍ତି । ଏମିତି ଏକ ଘଟଣା ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

Loot

ବଡଗଡ ଥାନା ଅଞ୍ଚଳରେ ଥିବା ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି 5 ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବରଯାତ୍ରୀ ବେଶରେ ଆସି ଝିଅ ପକ୍ଷକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା । ଚୋରି ବେଳର ଦୃଶ୍ୟ ବାହାଘର ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏ ନେଇ ଥାନାରେ ଏତଲା ଦିଆଯାଇଛି ।

ଅନ୍ୟପଟେ ଗତ କିଛିଦିନ ହେବ ରାଜଧାନୀରେ ଲୁଟେରା ଆତଙ୍କରାଜ ଖେଳାଇଛନ୍ତି । ଖାସ୍ କରି ଲୁଟେରାଙ୍କ ଟାର୍ଗେଟ୍ ରେ ରହୁଛି ଆପାର୍ଟମେଣ୍ଟ । ସିକ୍ୟୁରିଟି ଏବଂ ପୋଲିସକୁ କୋଲା ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟ କରି ଚାଲିଛନ୍ତି । ଏହା ପରେ ବର୍ତ୍ତମାନ ବାହାଘର ମଣ୍ଡପରୁ ଲୁଟ୍ ବଡ଼ ଚ୍ୟାଲେ଼୍ଜ ସୃଷ୍ଟି କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+