ସମ୍ବଲପୁର ରାଜରାସ୍ତାରେ ରୋଡ ରୋମିଓଙ୍କ ଉତ୍ପାତ

ସମ୍ବଲପୁର: ରାଜରାସ୍ତାରେ ରୋଡ ରୋମିଓଙ୍କ ଉତ୍ପାତ । ଯୁବତୀଙ୍କୁ କମେଣ୍ଟ ମାରିବା ସହ ଗୋଡ଼ାଇଥିଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସହରରେ । ଯାହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।

sambalpur crime

ସୂଚନା ଅନୁସାରେ, ଗତକାଲି ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ସହ ଗୋଡାଇଥିଲେ କିଛି ଦୁବୃର୍ତ୍ତ । ମଲରେ ସେଲ୍ସ ଗର୍ଲ ଭାବେ କାମ କରୁଥିବାରୁ ଯୁବତୀ ଫେରିବା ଡେରି ହୋଇଥିଲା । ଟାଉନ ଥାନା ଅଞ୍ଚଳରେ ଗୋଲବଜାର ଛକ ନିକଟରେ ବାଇକରେ ଯାଉଥିବା କିଛି ରୋଡ ରୋମିଓ ଯୁବତୀଙ୍କୁ କମେଣ୍ଟ କରିଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଯୁବତୀଙ୍କୁ ପିଛା କରିଥିଲେ ।

ରୋଡ ରୋମିଓଙ୍କ ଉତ୍ପାତ ଦେଖି ଡରି ଯାଇଥିଲେ ଯୁବତୀ । କୌଣସି ମତେ ସେଠାରୁ ଖସିଯିବାକୁ ଯୁବତୀ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ଦୌଡି ପଳାଇବା ସମୟରେ ଗୋଡରେ ଗୋଡ ଛନ୍ଦି ହୋଇ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ । ଏହି ସମୟରେ ପଛରେ ଅଫିସରୁ ଫେରୁଥିବା ସହକର୍ମୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+