ଝରାଫୁଲ ମୃତ୍ୟୁ ମାମଲା: ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଅନୁଧ୍ୟାନ କଲେ ମହିଳା କମିଶନ
ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାରେ ହସ୍ତକ୍ଷେପ କରିଛନ୍ତି ମହିଳା କମିଶନ । ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯାଜପୁର କୁଆଖିଆର ଦିଆଲଖଣ୍ଡଠାରେ ପହଞ୍ଚିଛନ୍ତି ।
ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିଛନ୍ତି ମହିଳା କମିଶନ । ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯାଜପୁର କୁଆଖିଆର ଦିଆଲଖଣ୍ଡଠାରେ ପହଞ୍ଚିଛନ୍ତି । ଯେଉଁଠାରେ ଝରାଫୁଲର ମୃତଦେହ ଉଦ୍ଧାର କରଯାଇଥିଲା, ସେହି ସ୍ଥାନ ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ।

ସେପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁଯାଉଥିବା ରାକେଶ ସ୍ବାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମନାକୁ ଆସିବା ପରେ ଏହି ଆଧାରରେ ଖୋଳତାଡ ଆରମ୍ଭ କରିଥିଲା ଯାଜପୁର ପୋଲିସ ।
ଗତକାଲି ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ରେଡ୍ କରିଥିଲା ପୋଲିସ । ତେବେ ସଂଧ୍ୟାରେ ଅଭିଯୁକ୍ତ ରାକେଶକୁ କମିସନରେଟ୍ ପୋଲିସ ଗିରଫ କରିବା ପରେ ତାକୁ ଏୟାରଫିଲ୍ଡ ଥାନାକୁ ନିଆଯାଇଥିଲା । ଏହା ପରେ ଅଭିଯୁକ୍ତକୁ ଯାଜପୁର କୁଆଖିଆ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ତଦନ୍ତରୁ ଜଣାପଡିଛି, ରାକେଶ ଝରାଫୁଲଙ୍କ ପୁରୁଷ ବନ୍ଧୁ । ଯେଉଁ ସିସିଟିଭି ଫୁଟେଜ୍ ମିଳିଥିଲା, ସେଥିରେ ସ୍କୁଟି ପଛପଟେ ବସିଥିଲା ଅଭିଯୁକ୍ତ ରାକେଶ । ହତ୍ୟାକାଣ୍ଡ ପରେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ବଡ଼ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ । ମୃତଦେହକୁ ଫିଙ୍ଗି ଦେବା ପାଇଁ ସ୍କୁଟିରେ ବସାଇ ନେଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଟି ଚଳାଉଥିବା ଯୁବକ ଜଣକ ରାକେଶର ସାଙ୍ଗ ଶେଖର । ସେ ଏବେ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ଛାନଭିନ ଚଳାଇଛି ପୋଲିସ ।

ଝରାଫୁଲ ହତ୍ୟା ଘଟଣା:
ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ। କରୋନା ପାଇଁ ହଷ୍ଟେଲ୍ ବନ୍ଦ ଥିବାରୁ ସେ ଘରକୁ ପଳାଇ ଯାଇଥିଲେ।
ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ଏହାପରେ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍ରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ରମାକାନ୍ତ ଝିଅକୁ ଫୋନ୍ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ଘରେ ରହିଛି ବୋଲି କହିଥିଲେ ଝରାଫୁଲ। ତା'ପରଠାରୁ ତାଙ୍କ ମୋବାଇଲ୍ ବନ୍ଦ ଥିବା ବେଳେ ପତ୍ତା ପାଉ ନ ଥିଲେ ପରିବାର ଲୋକ। ଏହାପରେ ଗତକାଲି ସକାଳ ୮ରୁ ସାଡ଼େ ୮ଟା ବେଳେ ଦୁଇ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

କୁଆଖିଆ ପୁଲିସ ଓ ଯାଜପୁରରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ପାଖରେ ପଡ଼ିଥିବା ବ୍ୟାଗରେ ଝରାଫୁଲଙ୍କ ପୂରା ପରିଚୟ ଥିଲା। ଏହା ପରେ ପୋଲିସ ତାଙ୍କ ବାପା ରମାକାନ୍ତଙ୍କ ସହିତ ଯୋଗାଯୋଗ କରିଥିଲା। ସେ ଆସିବା ପରେ ଝିଅର ମୃତଦେହ ଚିହ୍ନଟ କରିଥିଲେ। ଏହାପରେ ପୋଲିସ୍ ପୂରା ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications