Get Updates
Get notified of breaking news, exclusive insights, and must-see stories!

ପୁରୀରେ ଫୁଟିଲା ଗୁଳି, କୁଖ୍ୟାତ ପିନୁ ବରାଳ ଆହତ

Puri Encounter: ପୁରୀ ଟାଉନ୍ ରେ ଫୁଟିଲା ଗୁଳି । ଆହତ ହେଲା କୁଖ୍ୟାତ ଅରପରାଧୀ ପିନୁ ବରାଳ । ତାର ବାମ ପଟ ଗୋଡ଼ରେ ଗୁଳି ବାଜିଛି । ତାକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।

puri encounter

ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ ପିନାକୀ ବରାଳ ଓରଫ୍ ପିନୁ । ସେ ପୂର୍ବରୁ ଅନେକ ଅପରାଧରେ ସାମିଲ ରହିଛି । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁରୀ ଜିଲ୍ଲା ବାସେଳିସାହି ଆଇଆଇସି ମାନସ ବାରିକ ଏବଂ ତାଙ୍କର ଟିମ୍‌ ପାଟ୍ରୋଲିଂରେ ବାହାରିଥିଲେ । ଲୋକନାଥ ମନ୍ଦିର ପଛପଟରେ ଥିବା ଶଙ୍ଖେଶ୍ୱର ଜଙ୍ଗଲରେ ପୋଲିସକୁ ଦେଖି ପିନୁ ପ୍ରଥମେ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ୍ ପାଲଟା ଗୁଳି ଚଳାଇଥିଲା । ଏଥିରେ ପିନୁ ଆହତ ହୋଇଛି । ପିନୁର ବାମ ଗୋଡ଼ରେ ଗୁଳି ବାଜିଛି । ଘଟଣାସ୍ଥଳରୁ ପିସ୍ତଲ ଓ 2 ଟି ଗୁଳି ଜବତ ହୋଇଛି ।

ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ 11 ମାମଲା ରହିଛି । ପିନୁଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ଏବଂ ବାଇକକୁ ପୋଲିସ ଜବତ କରିଛି ।

ତେବେ ଗୁଳିବିନିମୟ ବେଳେ ଏସ୍‌ଆଇ ବି ମାଝୀ ସାମାନ୍ୟ ଆହତ ହୋଇଛନ୍ତି । ପୁଲିସ କହିଛି ଯେ, କୁଖ୍ୟାତ ଅପରାଧୀ ପିନୁ ନାଁରେ ବାସେଳିସାହି, ତାଳବଣିଆ ଓ କୁମ୍ଭାରପଡ଼ା ଥାନାରେ ହତ୍ୟା ଉଦ୍ୟମ, ଆକ୍ରମଣ, ଦାଦାବଟି, ରାହଜାନୀ ଇତ୍ୟାଦି ଘଟଣାରେ 11 ରୁ ଅଧିକ ମାମଲା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+