ପଞ୍ଜାବର ଏନକାଉଣ୍ଟର : 300 ପୋଲିସ୍, 4 ଘଣ୍ଟାର ଫାୟାରିଂ, ଏମିତି ନିହତ ହେଲେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ
300 ପୋଲିସ୍ ଓ 4 ଘଣ୍ଟା ଧରି ଗୁଳି ବିନିମୟ । ଏପରି ଏକ ଏନକାଉଣ୍ଟର କରିଛି ପଞ୍ଜାବ ପୋଲିସ୍ । ଏନକାଉଣ୍ଟରରେ ପୋଲିସ୍ ଗୁଳିରେ ଟଳି ପଡ଼ିଛନ୍ତି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ।
ଚଣ୍ଡିଗଡ଼ : 300 ପୋଲିସ୍ ଓ 4 ଘଣ୍ଟା ଧରି ଗୁଳି ବିନିମୟ । ଏପରି ଏକ ଏନକାଉଣ୍ଟର କରିଛି ପଞ୍ଜାବ ପୋଲିସ୍ । ଏନକାଉଣ୍ଟରରେ ପୋଲିସ୍ ଗୁଳିରେ ଟଳି ପଡ଼ିଛନ୍ତି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ।
ମୁସେୱାଲାଙ୍କ ହତ୍ୟାକାରୀ ଏବଂ ପୋଲିସ୍ ମଧ୍ୟରେ ଚାଲିଥିବା ଏନକାଉଣ୍ଟର ଚାରି ଘଣ୍ଟା ଧିର ଚାଲିଥିଲା । ସୁଟରଙ୍କ ଗୁଳିର ଜବାବ ଦେଉଥିଲେ 300 ପୋଲିସ କର୍ମୀ । ପ୍ରାୟ 4 ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ପୋଲିସ ଗୁଳିରେ ଦୁଇ ଜଣ ସୁଟର ନିହତ ହୋଇଛନ୍ତି । ପୋଲିସ ଅମୃତସରର ଏକ ଗାଁରେ ସୁଟରଙ୍କୁ ଘେରି ରହି ଗୁଳି ଚଳାଇଥିଲା । ଯେଉଁଠାରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା । ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା ।

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଜଡିତ ଦୁଇ ଜଣ ସୁଟରଙ୍କୁ ପୋଲିସ ନିହତ କରିଛି । ପୋଲିସ କହିଛି ଯେ ଗୁଳି ଚଳାଇଥିବା ଜଗରୂପ ରୂପା ଏବଂ ମନପ୍ରୀତ ଓରଫ୍ ମନୁ ଖୁସା ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଏଥିସହ ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗୁଳି ଲାଗିଛି । ଏହା ସହିତ ଦୁଇ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
ଏନକାଉଣ୍ଟର ବିଷୟରେ ସୂଚନା ଦେଇ ଆଣ୍ଟି-ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସର ମୁଖ୍ୟ ଥିବା ଏଡିଜିପି ପଞ୍ଜାବ, ପ୍ରମୋଦ ବାନ କହିଛନ୍ତି ଯେ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଫେରାର ଥିବା ଦୁଇ ସୁଟର ମନୁ ଏବଂ ରୂପା ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଆହତ 3 ପୋଲିସ୍ ବିପଦରୁ ବାହାରେ ଅଛନ୍ତି । ଘଟଣାସ୍ଥଳରୁ ଏକ AK-47 ଏବଂ ପିସ୍ତଲ ଜବତ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ଏକ ବ୍ୟାଗ ମଧ୍ୟ ଜବତ କରିଛି ।
ମୁସେୱାଲାଙ୍କ ହତ୍ୟାକାରୀଙ୍କ ଉପରେ ଆମେ ନଜର ରଖିଥିଲୁ ବୋଲି ଏଡିଜିପି କହିଛନ୍ତି । ଆମର ଟାସ୍କଫୋର୍ସ ସେମାନଙ୍କ ଗତିବିଧି ଲକ୍ଷ୍ୟ କରିଥିଲା । ଆମେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ ବୋଲି କହିଛନ୍ତି ଏଡିଜିପି । ଅଧିକ ଅନୁସନ୍ଧାନ ପାଇଁ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।
ସୂଚନାନୁସାରେ, ସୁଟରମାନେ ଗାଁର ଏକ ପୁରୁଣା ମହଲରେ ଲୁଚି ରହିଥିଲେ, ପରେ ପୋଲିସ ସେମାନଙ୍କୁ ଚାରିଆଡ଼େ ଘେରି ରହିଥିଲା । ପଞ୍ଜାବ ପୋଲିସର 300 ରୁ ଅଧିକ ପୋଲିସ ଗୁଳି ଚଳାଇବା ପାଇଁ ଏହି ଅଞ୍ଚଳକୁ ଘେରି ରହିଥିଲେ ।












Click it and Unblock the Notifications