For Quick Alerts
Turn On Notification  
For Daily Alerts
Oneindia App Download

ପୋଲିସ୍ କବଜାରେ ବନ୍ଧୁକଧାରୀ ବିକ୍ରମ

ଦୀର୍ଘ 5 ଘଣ୍ଟାର ଅପରେସନ ପରେ ଯୁବକକୁ କାବୁ କରିଛି ବଲାଙ୍ଗିର ପୋଲିସ । ଘର ଭିତରେ ପଶି ଯୁବକକୁ ଧରିଛି ପୋଲିସ । ଅପରେସନ ବେଳେ ବନ୍ଧକ ଯୁବକ 2 ରୁ 3 ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି ।

|

ବଲାଙ୍ଗିର : ବଲାଙ୍ଗିର ଟାଉନ ଥାନା ଅଞ୍ଚଳର ଶାନ୍ତିପଡାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯୁବକ ଜଣକ ଆତଙ୍କ ଚଳାଉଥିବା ଘଟଣାରେ ପୋଲିସକୁ ମିଳିଛି ସଫଳତା । ଦୀର୍ଘ 5 ଘଣ୍ଟାର ଅପରେସନ ପରେ ଯୁବକକୁ କାବୁ କରିଛି ବଲାଙ୍ଗିର ପୋଲିସ । ଘର ଭିତରେ ପଶି ଯୁବକକୁ ଧରିଛି ପୋଲିସ । ଅପରେସନ ବେଳେ ବନ୍ଧକ ଯୁବକ 2 ରୁ 3 ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି । ବନ୍ଧକ ଯୁବକ ନିଜ ଆଡୁ 2 ରାଉଣ୍ଡ ଗୁଳି ଚଳାଇଥିବା କହିଛନ୍ତି ବଲାଙ୍ଗିର ଏସପି । ଯୁବକକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନେଇ ଏସପି କହିଛନ୍ତି ।

Bolangir-bikram

ତେବେ ବଲାଙ୍ଗିର ଶାନ୍ତିପଡାରେ ତମାମ ଆତଙ୍କ ଚଳାଇଥିଲା ବନ୍ଧୁକଧାରୀ ଯୁବକ । ପିସ୍ତଲ ଦେଖାଇ ଘର ମାଲିକ ଓ ପରିବାରଲୋକଙ୍କୁ ବନ୍ଧକ ରଖିଥିଲା ସେହି ଉନ୍ମତ୍ତ ବନ୍ଧୁକଧାରାୟୀ ଯୁବକ । ଏହା ସହିତ ନିଜ ଛାତିରେ ବନ୍ଧୁକ ଲଗାଇ କେହି ପାଖକୁ ଆସିଲେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିପିଓ, ଥାନା ଅଧିକାରୀ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ । ସୂଚନା ମିଳିଛି ଯେ, ସିଡି ପକାଇ ସଦର ଏସଡିପିଓ ଝରକା ବାଟେ ଘର ଭିତରକୁ ପଶିଥିଲେ । ଯୁବକଙ୍କୁ କାବୁ କରିବାକୁ ଝରକା ବାଟେ ସନ୍ତର୍ପଣରେ ପଶିଥିଲେ ଏସଡିପିଓ । ଏସଡିପିଓଙ୍କ ସହ ଅଗ୍ନିଶମ କର୍ମଚାରୀ ବି ଘର ଭିତରେ ପଶିଥିଲେ । ବନ୍ଧକ ଥିବା ଲୋକଙ୍କୁ ସିଡି ଓ ରଶି ବାନ୍ଧି ପୋଲିସ ଉଦ୍ଧାର କରିଥିଲେ । ଅଣ୍ଟାରେ ରଶି ବାନ୍ଧି ସିଡି ବାଟେ ସମସ୍ତ 3 ବନ୍ଧକଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଆଉ ଜଣେ ମହିଳା ଥିଲେ ।

ମିଳିଥିବା ଖବର ମୁତାବକ, ବନ୍ଧୁକଧାରୀ ଯୁବକ ଆଜି ସକାଳେ ଶାନ୍ତିପଡ଼ାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲା । ସେତେବେଳେ ଘରେ 3 ଜଣ ସଦସ୍ୟ ଥିଲେ। ସେମାନେ ଗୋଟିଏ ରୁମ୍‌ରେ ନିଜକୁ ବନ୍ଦ କରି ଦେଇଥିବା ବେଳେ ବନ୍ଧୁକଧାରୀ ଘର ଭିତରେ ବସିରହିଥିଲା । ପୋଲିସ ଫୋନ୍‌ ଯୋଗେ ଉକ୍ତ ଯୁବକଙ୍କ ସହିତ ଆଲୋଚନା କରିଥିଲା । କିନ୍ତୁ ତାକୁ ବୁଝାଇବାରେ ପୋଲିସ ବିଫଳ ହୋଇଥିଲା । ଏହା ପରେ ତାଙ୍କ ମା'ଙ୍କୁ ଘର ଭିତରକୁ ପଠାଯାଇଥିଲା । କିନ୍ତୁ ବିଶେଷ କିଛି ଫରକ ପଡ଼ି ନଥିଲା । ଯୁବକ ଜଣଙ୍କ କାହା କଥା ଶୁଣି ନଥିଲା ।

ଘର ଭିତରୁ ଉଦ୍ଧାର ହେବା ପରେ ପରିବାରର ମୁଖ୍ୟ ଦିବ୍ୟଲୋଚନ ହୋତା କହିଥିଲେ, ସକାଳେ ପୂଜା କରୁଥିବା ବେଳେ ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା । ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବି ନେଲି । କିନ୍ତୁ ହଠାତ ସେ ପିସ୍ତଲ ବାହାର କରି ତୁମ ଭାଣିଜୀ କୁଆଡ଼େ ଗଲା ବୋଲି କହିଲା । ତୁମ ଭାଣିଜୀକୁ ଡାକ୍ ନହେଲେ ମାରିଦେବି ବୋଲି କହିଲା । ତା' ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଲା । ଆମେ ସମସ୍ତେ ଗୋଟିଏ ରୁମ୍‌ରେ ପଶି ଭିତରୁ କବାଟ ଦେଇଦେଲୁ । ମୁଁ ଚିହ୍ନିନି ସେ କିଏ । ମୋତେ ସେ ଆତଙ୍କବାଦୀ ଭଳି ଲାଗିଲା । ଜୀବନରେ ମୁଁ କେବେ ବନ୍ଧୁକ ଦେଖିନଥିଲି। ତା' ପାଖରେ ବନ୍ଧୁକ ଦେଖି ବହୁତ ଡରିଯାଇଥିଲି ।

ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ବିକ୍ରମକୁ ପଚରାଉଚରା ପରେ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Police Caught Gunman Bikram In Bolangir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X