ପୋଲିସ୍ କବଜାରେ ବନ୍ଧୁକଧାରୀ ବିକ୍ରମ

ଦୀର୍ଘ 5 ଘଣ୍ଟାର ଅପରେସନ ପରେ ଯୁବକକୁ କାବୁ କରିଛି ବଲାଙ୍ଗିର ପୋଲିସ । ଘର ଭିତରେ ପଶି ଯୁବକକୁ ଧରିଛି ପୋଲିସ । ଅପରେସନ ବେଳେ ବନ୍ଧକ ଯୁବକ 2 ରୁ 3 ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି ।

ବଲାଙ୍ଗିର : ବଲାଙ୍ଗିର ଟାଉନ ଥାନା ଅଞ୍ଚଳର ଶାନ୍ତିପଡାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯୁବକ ଜଣକ ଆତଙ୍କ ଚଳାଉଥିବା ଘଟଣାରେ ପୋଲିସକୁ ମିଳିଛି ସଫଳତା । ଦୀର୍ଘ 5 ଘଣ୍ଟାର ଅପରେସନ ପରେ ଯୁବକକୁ କାବୁ କରିଛି ବଲାଙ୍ଗିର ପୋଲିସ । ଘର ଭିତରେ ପଶି ଯୁବକକୁ ଧରିଛି ପୋଲିସ । ଅପରେସନ ବେଳେ ବନ୍ଧକ ଯୁବକ 2 ରୁ 3 ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି । ବନ୍ଧକ ଯୁବକ ନିଜ ଆଡୁ 2 ରାଉଣ୍ଡ ଗୁଳି ଚଳାଇଥିବା କହିଛନ୍ତି ବଲାଙ୍ଗିର ଏସପି । ଯୁବକକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନେଇ ଏସପି କହିଛନ୍ତି ।

Bolangir-bikram

ତେବେ ବଲାଙ୍ଗିର ଶାନ୍ତିପଡାରେ ତମାମ ଆତଙ୍କ ଚଳାଇଥିଲା ବନ୍ଧୁକଧାରୀ ଯୁବକ । ପିସ୍ତଲ ଦେଖାଇ ଘର ମାଲିକ ଓ ପରିବାରଲୋକଙ୍କୁ ବନ୍ଧକ ରଖିଥିଲା ସେହି ଉନ୍ମତ୍ତ ବନ୍ଧୁକଧାରାୟୀ ଯୁବକ । ଏହା ସହିତ ନିଜ ଛାତିରେ ବନ୍ଧୁକ ଲଗାଇ କେହି ପାଖକୁ ଆସିଲେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିପିଓ, ଥାନା ଅଧିକାରୀ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ । ସୂଚନା ମିଳିଛି ଯେ, ସିଡି ପକାଇ ସଦର ଏସଡିପିଓ ଝରକା ବାଟେ ଘର ଭିତରକୁ ପଶିଥିଲେ । ଯୁବକଙ୍କୁ କାବୁ କରିବାକୁ ଝରକା ବାଟେ ସନ୍ତର୍ପଣରେ ପଶିଥିଲେ ଏସଡିପିଓ । ଏସଡିପିଓଙ୍କ ସହ ଅଗ୍ନିଶମ କର୍ମଚାରୀ ବି ଘର ଭିତରେ ପଶିଥିଲେ । ବନ୍ଧକ ଥିବା ଲୋକଙ୍କୁ ସିଡି ଓ ରଶି ବାନ୍ଧି ପୋଲିସ ଉଦ୍ଧାର କରିଥିଲେ । ଅଣ୍ଟାରେ ରଶି ବାନ୍ଧି ସିଡି ବାଟେ ସମସ୍ତ 3 ବନ୍ଧକଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଆଉ ଜଣେ ମହିଳା ଥିଲେ ।

ମିଳିଥିବା ଖବର ମୁତାବକ, ବନ୍ଧୁକଧାରୀ ଯୁବକ ଆଜି ସକାଳେ ଶାନ୍ତିପଡ଼ାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲା । ସେତେବେଳେ ଘରେ 3 ଜଣ ସଦସ୍ୟ ଥିଲେ। ସେମାନେ ଗୋଟିଏ ରୁମ୍‌ରେ ନିଜକୁ ବନ୍ଦ କରି ଦେଇଥିବା ବେଳେ ବନ୍ଧୁକଧାରୀ ଘର ଭିତରେ ବସିରହିଥିଲା । ପୋଲିସ ଫୋନ୍‌ ଯୋଗେ ଉକ୍ତ ଯୁବକଙ୍କ ସହିତ ଆଲୋଚନା କରିଥିଲା । କିନ୍ତୁ ତାକୁ ବୁଝାଇବାରେ ପୋଲିସ ବିଫଳ ହୋଇଥିଲା । ଏହା ପରେ ତାଙ୍କ ମା'ଙ୍କୁ ଘର ଭିତରକୁ ପଠାଯାଇଥିଲା । କିନ୍ତୁ ବିଶେଷ କିଛି ଫରକ ପଡ଼ି ନଥିଲା । ଯୁବକ ଜଣଙ୍କ କାହା କଥା ଶୁଣି ନଥିଲା ।

ଘର ଭିତରୁ ଉଦ୍ଧାର ହେବା ପରେ ପରିବାରର ମୁଖ୍ୟ ଦିବ୍ୟଲୋଚନ ହୋତା କହିଥିଲେ, ସକାଳେ ପୂଜା କରୁଥିବା ବେଳେ ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା । ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବି ନେଲି । କିନ୍ତୁ ହଠାତ ସେ ପିସ୍ତଲ ବାହାର କରି ତୁମ ଭାଣିଜୀ କୁଆଡ଼େ ଗଲା ବୋଲି କହିଲା । ତୁମ ଭାଣିଜୀକୁ ଡାକ୍ ନହେଲେ ମାରିଦେବି ବୋଲି କହିଲା । ତା' ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଲା । ଆମେ ସମସ୍ତେ ଗୋଟିଏ ରୁମ୍‌ରେ ପଶି ଭିତରୁ କବାଟ ଦେଇଦେଲୁ । ମୁଁ ଚିହ୍ନିନି ସେ କିଏ । ମୋତେ ସେ ଆତଙ୍କବାଦୀ ଭଳି ଲାଗିଲା । ଜୀବନରେ ମୁଁ କେବେ ବନ୍ଧୁକ ଦେଖିନଥିଲି। ତା' ପାଖରେ ବନ୍ଧୁକ ଦେଖି ବହୁତ ଡରିଯାଇଥିଲି ।

ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ବିକ୍ରମକୁ ପଚରାଉଚରା ପରେ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+