ଜୁଆ ଖେଳ ବନ୍ଦ କଲେ ବୋଲି ମହିଳା IIC ଙ୍କୁ ମାଡ଼
ବାଲେଶ୍ୱର: ଜୁଆ ଆଡ୍ଡାରେ ରେଡ୍ କରିବାରୁ ମହିଳା IIC ଙ୍କୁ ମାଡ଼ । ମହିଳା ଥାନା ଅଧିକାରୀଙ୍କୁ ଏକ ଦୋକାନ ଘରେ ତାଲା ପକାଇ ରଖିବା ସହ ମାଡ଼ ମାରିଥିଲେ ଲୋକ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇର ତାଳସାରୀ ସାମୁଦ୍ରିକ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଭୋଗରାଇର ଉଦୟପୁର ଗାଁ ମଧ୍ୟ ଦେଇ ପାଟ୍ରୋଲିଂ କରୁଥିଲେ ଥାନା ଅଧିକାରୀ । ଉଦୟପୁର ଗାଁର ଜଣେ ବ୍ୟକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଦୋକାନ ଘରେ ପୁରାଇ ଦେଇଥିଲେ । ଥାନାର ଗାଡି ଚାଳକ ଏହାକୁ ବିରୋଧ କରିବାରୁ ତାଙ୍କୁ ମାରି ଲହୁ ଲୁହାଣ କରିଥିଲେ ଜୁଆଡ୍ଡି। ଏପରିକି ଗାଡିରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭୋଗରାଇ ପୋଲିସ ଓ ଚନ୍ଦନେଶ୍ବର ଫାଣ୍ଡି ପୋଲିସ ପହଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାରେ 11 ଜଣଙ୍କୁ ଉଠାଇ ନେଇଛି ପୋଲିସ ।












Click it and Unblock the Notifications