ସାକେତ କୋର୍ଟ ପରିସରରେ ମହିଳାଙ୍କୁ ଗୁଳି ମାଡ଼, ଓକିଲ ପୋଷାକରେ ଆସିଥିଲେ ଆକ୍ରମଣକାରୀ

ନୂଆଦିଲ୍ଲୀ : ଦିଲ୍ଲୀର ସାକେତ କୋର୍ଟ ପରିସରରେ ଗୁଳିକାଣ୍ଡ । ଜଣେ ଅଜଣା ଆକ୍ରମଣକାରୀ ଗୁଳିମାଡ଼ କରିଛି । ଏହି ଘଟଣାରେ ଜଣେ ମହିଳା ଆହତ ହୋଇଛନ୍ତି । ମହିଳାଙ୍କୁ ତୁରନ୍ତ AIIMS ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଦିଲ୍ଲୀ ପୋଲିସର ଅନେକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

saket court firing

ସୂଚନାନୁସାରେ, ଆକ୍ରମଣକାରୀ ଓକିଲ ପୋଷାକରେ କୋର୍ଟ ପରିସରରେ ପ୍ରବେଶ କରିଥିଲା । ସେଠାରେ ସେ ଜଣେ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲା । ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ପୋଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆକ୍ରମଣକାରୀ କୋର୍ଟ ପରିସରରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲା । ଏହି ଗୁଳି ମହିଳାଙ୍କ ପେଟ ଏବଂ ଅନ୍ୟାନ୍ୟ ଅଂଶରେ ବାଜିଥିଲା । ସେଠାରେ ଏକ SHO ର ଗାଡି ପାର୍କିଂ କରାଯାଇଥିଲା, ତାଙ୍କ ସାହାଯ୍ୟରେ ତାଙ୍କୁ AIIMS କୁ ନିଆଯାଇଥିଲା । ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ଚିକିତ୍ସା କରୁଛନ୍ତି ।

ଦିଲ୍ଲୀର ସାକେଟ କୋର୍ଟ ଅତ୍ୟନ୍ତ ସମ୍ବେଦନଶୀଳ । ପ୍ରତିଦିନ ବଡ ବଡ ଅପରାଧୀଙ୍କୁ ଏଠାରେ ହାଜର କରାଯାଏ । ସେଥିଲାଗି କୋର୍ଟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅଛି । ଏଭଳି ପରିସ୍ଥିତିରେ ଆକ୍ରମଣକାରୀ କିପରି ଅସ୍ତ୍ରଶସ୍ତ୍ର ସହିତ କୋର୍ଟ ପରିସରରେ ପହଞ୍ଚିଲା ସେନେଇ ପ୍ରଶ୍ନ ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+