ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ
କଳାହାଣ୍ଡି: ଦରକାର ବେଳେ ଧାର ନେଲେ । ଟଙ୍କା ଫେରସ୍ତ କରିବାକୁ କହିବାରୁ ପେଟ୍ରୋଲ ଢାଳି ଜାଳିଦେଲେ । ଏଭଳି ଏକ ନାରକୀୟ କାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲାରେ ।
ପେଟ୍ରୋଲ ଢାଳି ଦାଳିଦିଆଯାଇଥିବା ଯୁବକ ହେଲେ ଅଞ୍ଜନ ପାଢ଼ୀ । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କସାକେନ୍ଦୁ ଅଞ୍ଚଳରେ ଅଞ୍ଜନ ଜଣେ ବ୍ୟକ୍ତିଙ୍କୁ 2 ଲକ୍ଷ ଟଙ୍କା ଧାର ଦେଇଥିଲେ । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ସେ ବ୍ୟକ୍ତି ଟଙ୍କା ଫେରସ୍ତ ଦେଉନଥିଲେ । ଗତକାଲି ବିଳମ୍ବିତ ଧାର ଟଙ୍କା ଫେରାଇବାକୁ କହି ଅଭିଯୁକ୍ତ ଅଞ୍ଜନଙ୍କୁ ଡାକିଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଅଞ୍ଜନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ପରିବାର ଲୋକ ଅଞ୍ଜନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ଜଣଙ୍କ ଦ୍ୱାରା ଏପରି ଜଣକୁ ନିଆଁ ଲଗାଇବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏଥିରେ ଆଉ କିଛି ଲୋକ ବି ସାମିଲ ଥିବା ଅନୁମାନ କରାଯାଉଛି ।












Click it and Unblock the Notifications