ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ସ୍କର୍ପିଓ ମାଲିକଙ୍କ ସନ୍ଦେହଜନକ ମୃତ୍ୟୁ

ମୃତ ଦେହ ମିଳିଥିବା ମନସୁଖ ଗୁରୁବାର ଦିନରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ମୁମ୍ବାଇର ନୌପଡା ପୋଲିସ ଷ୍ଟେସନରେ ରିପୋର୍ଟ ଲେଖାଇଥିଲେ । ଆଜି ତାଙ୍କ ମୃତଦେହ ମୁମ୍ବାଇ ନିକଟସ୍ଥ ଥାନେ ହ୍ରଦରୁ ମିଳିଛି ।

ମୁମ୍ବାଇ : ଗତ ସପ୍ତାହରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟ ବିସ୍ଫୋରକ ଭର୍ତ୍ତି ଏକ ସ୍କର୍ପିଓରେ ଦେଖିବାକୁ ମିଳିଥିଲା । କାରର ମାଲିକ ଥିଲେ ମନସୁଖ ହିରେନ । କିନ୍ତୁ ଏବେ ଖବର ଆସୁଛି ଯେ, ତାଙ୍କ ମୃତଦେହ ମୁମ୍ବାଇ ନିକଟସ୍ଥ ଥାନେ ହ୍ରଦରୁ ମିଳିଛି । ବର୍ତ୍ତମାନର ଖବର ଅନୁଯାୟୀ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ କାଲୱା ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି ।

Ambani-House-Scorpio

ଫେବୃଆରୀ 25 ରେ, ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ସ୍କର୍ପିଓ କାରରୁ 2.5 କିଲୋଗ୍ରାମ ଜେଲୋଟିନ୍ ମିଳିଥିଲା । ଏଥିସହ ଏଥିରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ଥିଲା । କିନ୍ତୁ, ମନସୁଖ ହିରେନ କହିଥିଲେ ଯେ, ତାଙ୍କ କାର ଚୋରି ହୋଇଛି ଏବଂ ଏଥିପାଇଁ ସେ ଏଫଆଇଆର ମଧ୍ୟ ଦାଖଲ କରିଛନ୍ତି । ପୋଲିସର ସୂଚନାନୁସାରେ, ବିସ୍ଫୋରକ ମିଳିବାର କିଛି ଦିନ ପୂର୍ବରୁ ମାନସୁଖ ହିରେନଙ୍କ କାର ମୁଲୁଣ୍ଡ ଅଞ୍ଚଳରୁ ଚୋରି ହୋଇଥିଲା ।

ମୃତ ଦେହ ମିଳିଥିବା ମନସୁଖ ଗୁରୁବାର ଦିନରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ମୁମ୍ବାଇର ନୌପଡା ପୋଲିସ ଷ୍ଟେସନରେ ରିପୋର୍ଟ ଲେଖାଇଥିଲେ । ଆଜି ତାଙ୍କ ମୃତଦେହ ମୁମ୍ବାଇ ନିକଟସ୍ଥ ଥାନେ ହ୍ରଦରୁ ମିଳିଛି । ସକାଳ ପ୍ରାୟ 10.25 ସମୟରେ ତାଙ୍କ ମୃତଦେହ କଲୱା କ୍ରିକରେ ମିଳିଥିଲା । ଏହା ପରେ ଅପମୃତ୍ୟୁ ମାମଲା ରୁଜୁ କରି ମୁମ୍ବାଇ ପୋଲିସ ତଦନ୍ତ କରୁଛି ।

ହିରେନଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ବିଧାନସଭାରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ତଦନ୍ତକାରୀ ଅଧିକାରୀଙ୍କ ଉପରେ ସମ୍ବେଦନଶୀଳ ଅଭିଯୋଗ ଆଣିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ହେରେନଙ୍କୁ ସୁରକ୍ଷା ଦିଆଯିବା ଉଚିତ ବୋଲି ସେ ଦାବି କରିଥିଲେ । ଫଡନାଭିସ୍ କହିଛନ୍ତି ଯେ ଅନୁସନ୍ଧାନକାରୀ ଅଧିକାରୀ ସଚିନ୍ ୱେଜ୍ ଏବଂ ହିରେନ୍ ପୂର୍ବରୁ ଯୋଗାଯୋଗରେ ଥିଲେ । ଯେଉଁ ଦିନ ତାଙ୍କ କାର ଚୋରି ହୋଇଥିଲା ସେହି ଦିନ କାରର ମାଲିକ ମାନସୁଖ ହିରେନ କ୍ରାଫ୍ଟ ମାର୍କେଟକୁ ଆସିଥିଲେ । ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ସେହି ବ୍ୟକ୍ତି କିଏ, ଏହା ହେଉଛି ସବୁଠାରୁ ବଡ ଲିଙ୍କ୍ । ମୋ ପାଖକୁ ଆସିଥିବା ସୂଚନା ଏହି ମାମଲା ସହ ଲିଙ୍କ୍ ଥିବ ଜଣାପଡ଼ୁଛି । ଯାହାର କାର ଥିଲା ସେ ଏହି ମାମଲାର ସବୁଠାରୁ ବଡ ସାକ୍ଷୀ ଥିଲେ ବୋଲି କହିଛନ୍ତି ଫଡନାଭିସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+