ମାମୁଁ ଘର ବୁଲି ଆସି 2 ଜଣଙ୍କୁ ହାଣିଲେ ମାନସିକ ବିକାରଗ୍ରସ୍ତ ଯୁବକ
ଚାନ୍ଦବାଲି: ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ମାମୁଁ ଘର ବୁଲିବାକୁ ଆସିଥିବା ଭିଆଇଛନ୍ତି ଉନ୍ମତ୍ତ କାଣ୍ଡ । 2 ଜଣଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ କରିଛନ୍ତି । ଏପରିକି ଘଟଣାସ୍ଥଳକୁ ଆସିଥିବା ପୋଲିସ୍ ଗାଡ଼ି ଓ ଆମ୍ବୁଲାନ୍ସକୁ ବି ଭଙ୍ଗାରୁଜା କରିଛନ୍ତି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା-ପଳାସପୁର ଗାଁରେ । ସଂପୃକ୍ତ ଯୁବକଜଣକ ହେଲେ ବାସୁଦେବପୁର ଅଞ୍ଚଳର ଭୀମସେନ ନାୟକ ।
ସୂଚନା ଅନୁସାରେ, ଭୀମସେନ କିଛି ଦିନ ହେବ ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ତାଙ୍କ ମାନସିକ ସ୍ଥିତି ଠିକ୍ ରହୁ ନ ଥିବା ଜଣାଯାଇଛି । କୌଣସି କଥାକୁ ନେଇ ଭୀମସେନ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି ।

ଖବର ପାଇ ପୋଲିସ୍ ଗାଡ଼ି ପହଞ୍ଚିଥିବା ବେଳେ ଆହତଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ବି ଆସି ପହଞ୍ଚିଥିଲା । ଏହାଦେଖି ଉତ୍ତ୍ୟକ୍ତ ହୋଇ ଯାଇଥିବା ଭୀମସେନ ଆମ୍ବୁଲାନ୍ସ ଓ ପୋଲିସ୍ ଗାଡ଼ି କାଚ ଭଙ୍ଗାରୁଜା କରିଥିଲେ । ବହୁ କଷ୍ଟରେ ପୋଲିସ୍ ଭୀମସେନଙ୍କୁ କାବୁ କରି ଥାନାକୁ ନେଇଛି । ପଚରାଉଚରା ପରେ ସେ ଜଣେ ମାନସିକ ରୋଗୀ ବୋଲି ପୋଲିସ କହିଛି ।
ଏନେଇ ଚାନ୍ଦବାଲି ଆଇଆଇସି କହିଛନ୍ତି, ଭୀମସେନଙ୍କର ମାନସିକ ସମସ୍ୟା ରହିଛି । କୌଣସି କଥାକୁ ନେଇ ଉତ୍ତ୍ୟକ୍ତ ହୋଇଯିବାରୁ ସେ ଭାରସାମ୍ୟ ହରାଇ ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ସେ ଦୁଇ ଜଣ ଲୋକଙ୍କୁ ଆକ୍ରମଣ କରିବା ସହ 108 ଆମ୍ବୁଲାନ୍ସ ଓ ପୁଲିସ୍ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି । ତାଙ୍କୁ ବହୁ କଷ୍ଟରେ କାବୁ କରି ପୁଲିସ୍ ଥାନାକୁ ଆଣିଛି ।












Click it and Unblock the Notifications