ରୁଟିରେ ଛେପ ପକାଇବା ପଡ଼ିଲା ମହଙ୍ଗା, ଲାଗିଲା NSA
ବାହାଘର ଭୋଜିରେ ରୁଟି ତିଆରି ବେଳେ ପକାଉଥିଲେ ଛେପ । ସମ୍ପୃକ୍ତି ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ।
ଲକ୍ଷ୍ନୌ : ବାହାଘର ଭୋଜିରେ ରୁଟି ତିଆରି ବେଳେ ପକାଉଥିଲେ ଛେପ । ସମ୍ପୃକ୍ତି ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) । ସୋଶାଲ୍ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ପୋଲିସ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିରଟ ସହରରେ । ଏକ ବାହାଘର ଭୋଜିରେ ବ୍ୟକ୍ତି ଜଣକ ରୋଷେଇ କରିବା ସମୟରେ ରୁଟିରେ ଛେପ ପକାଉଥିବା ଏକ ଭିଡ଼ିଓ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଏବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଘଟଣାଟି ଥିଲା ଫେବୃଆରୀ ମାସର ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ସୋହେଲଙ୍କ ବିରୋଧରେ ଏନଏସଏସ ଲାଗୁ କରାଯାଇଛି, ଫଳରେ ଏହି ମାମଲାରେ ସେ ଜାମିନ ପାଇବେ ନାହିଁ । ନିକଟରେ ତାଙ୍କ ପରିବାର କୋର୍ଟ ଅଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ସିଜେଏମ୍) କୋର୍ଟରେ ଜାମିନ ଆବେଦନ କରିଥିଲେ ।
ତେବେ ସୋହେଲ ଉପରେ ଆକ୍ରମଣର ଆଶଙ୍କା କରି ପ୍ରଶାସନ ତାଙ୍କୁ ମୁକ୍ତ କରିବାକୁ ଚାହୁଁନଥିଲା । ଗିରଫ ପରଠାରୁ ଶୁଣାଣି ବେଳେ କିଛି ଲୋକ ସୋହେଲଙ୍କ ଉପରେ ଆକ୍ରମଣ କରିଥିଲେ । ଯଦି ସେ ଜାମିନରେ ବାହାରକୁ ବାହାରନ୍ତି, ତେବେ ପୁଣି ଆକ୍ରମଣ ହେବାର ଆଶଙ୍କା କରି ତାଙ୍କୁ ଜାମିନ ନଦେବା ଲକ୍ଷ୍ୟରେ ଏନ୍ଏସ୍ଏ ଲାଗୁ କରାଯାଇଥିବା କୁହାଯାଇଛି ।
थूककर रोटी बनाई...!
— Anamika Jain Amber (@anamikamber) February 21, 2021
कोविड जैसी भयावह बीमारी खत्म भी नही हुई और इस प्रकार की मानसिकता वाले लोग अपनी जाहिलीयत दिखाने से नही चूके।
फिर @meerutpolice ने पकड़ा इन्हें। pic.twitter.com/9CQlLEPRmX
ଫେବୃଆରୀ 2021 ରେ ମିରଟର ଏକ ବାହାଘର ଭୋଜିରେ ହୋଇଥିବା ଏହି ଘଟଣାକୁ ଜଣେ ବ୍ୟକ୍ତି ଲୁଚି ଭିଡ଼ିଓ ସୁଟିଂ କରିବା ସହ ସୋଶାଲ୍ ମିଡ଼ିଆରେ ପୋଷ୍ଟ କରିବା ପରେ ବାହାରକୁ ଆସିଥିଲା ।
ଭିଡିଓ ସୋଶାଲ୍ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣାକୁ ନିନ୍ଦା କରିବା ସହ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିକଟରେ ବହୁ ଲୋକ ଅଭିଯୋଗ କରିଥିଲେ ।
ଏହି ଘଟଣାକୁ ନେଇ ହିନ୍ଦୁ ଜାଗରଣ ମଞ୍ଚ ମିରଟର LLRM ପୋଲିସ୍ ଷ୍ଟେସନ ବାହାରେ ଧାରଣାରେ ବସିବା ସହ ଏଫ୍ଆଇଆର୍ ପଞ୍ଜିକୃତ କରାଇଥିଲେ । ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ ହେବା ମାତ୍ରେ ସୋହେଲଙ୍କୁ ଗିରଫ କରାଯାଇଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications