ଅତିକ୍-ଅଶରଫ ହତ୍ୟାକାଣ୍ଡରେ ୟୁପି ପୋଲିସକୁ ନୋଟିସ୍ ଜାରି କଲା ମାନବିକ ଅଧିକାର ଆୟୋଗ
ଲକ୍ଷ୍ନୌ : ପୋଲିସ୍ ହେପାଜତରେ ଅତିକ ଅହମ୍ମଦ ଏବଂ ଅଶରଫ ହତ୍ୟା ଘଟଣାରେ ମାନବ ଅଧିକାର ଆୟୋଗ ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦେଶକ ଏବଂ ପୋଲିସ କମିଶନର ପ୍ରୟାଗରାଜଙ୍କୁ ନୋଟିସ ଜାରି କରିଛି । ଏହା ସହିତ 4 ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି ।

ମାଫିଆ ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅଶରଫ କୁ 15 ଅପ୍ରେଲରେ ପୋଲିସ ହେପାଜତରେ ହତ୍ୟା କରାଯାଇଛି । ତିନି ଆକ୍ରମଣକାରୀ ପୋଲିସ ବଳୟକୁ ଭାଙ୍ଗି ଦୁହିଁଙ୍କୁ ହତ୍ୟା କରିଥିଲେ । ଏଭଳି ପରିସ୍ଥିତିରେ ପୋଲିସର ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ସାଧାରଣ କଥା । ଏହି କାରଣରୁ ମାନବ ଅଧିକାର ଆୟୋଗ ପୋଲିସ୍ ବିଭାଗକୁ ନୋଟିସ ଜାରି କରିଛି ।
ଅତିକ୍ ଏବଂ ଅଶରଫର ଗିରଫଦାରୀ/ ପୋଲିସ୍ ହେପାଜତକୁ ନେବା, ସ୍ଥାନ, ସୁରକ୍ଷା ବ୍ୟବସ୍ଥା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ବିସ୍ତୃତ ରିପୋର୍ଟ ଏବଂ ସେମାନଙ୍କ ବିରୋଧରେ ଅଭିଯୋଗର ନକଲ ଏବଂ ଏଫ୍ଆଇଆର୍ କପି ମାଗିଛି ମାନବ ଅଧିକାର ଆୟୋଗ ।
ଏହା ସହିତ ପ୍ରଶ୍ନ କରାଯାଇଛି ଯେ ଗିରଫଦାରୀ ସୂଚନା ପରିବାର / ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଛି କି ନାହିଁ ? ମୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରମାଣପତ୍ର, ପୋଷ୍ଟମର୍ଟମ ରିପୋର୍ଟ, ପୋଷ୍ଟମର୍ଟମ୍ ର ଭିଡିଓକ୍ୟାସେଟ୍ / ସିଡି, ଭିସେରାର ରାସାୟନିକ ଏବଂ ହିଷ୍ଟୋପାଥୋଲୋଜି ପରୀକ୍ଷା, FSL ରିପୋର୍ଟ ଆଧାରରେ ମୃତ୍ୟୁର ଶେଷ କାରଣ, ମ୍ୟାଜିଷ୍ଟେରିଆଲ୍ ଅନୁସନ୍ଧାନ ରିପୋର୍ଟ ଆଦି ଦାଖଲ କରିବାକୁ ମାନବ ଅଧିକାର ନୋଟିସରେ ଉଲ୍ଲେଖ କରାଯାଇଛି ।












Click it and Unblock the Notifications