ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଧମକ, ନୀରଜ ବୱାନା କହିଲେ - 2 ଦିନରେ ଦେବୁ ରେଜଲ୍ଟ
ଫେସବୁକରେ ନୀରଜ ବୱାନା ନାମରେ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଏଥିରେ ଲେଖା ଅଛି, 'ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ଖବର ମିଳିଲା । ସିଦ୍ଧୁ ଆମର ହୃଦୟର ଭାଇ ଥିଲେ, ଦୁଇ ଦିନ ମଧ୍ୟରେ ଏହାର ଫଳାଫଳ ଦେବୁ ।'
ନୂଆଦିଲ୍ଲୀ : ପଞ୍ଜାବର ମାନସଠାରେ ରବିବାର ଦିନ କଂଗ୍ରେସ ନେତା ତଥା ଗାୟକ ଶୁଭଦୀପ ସିଂହ ଓରଫ୍ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପାଇଁ କାନାଡାରେ ଥଇବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛନ୍ତି । ଏହି ଗ୍ୟାଙ୍ଗର ନାମ ପଦାକୁ ଆସିବା ପରେ ଦିଲ୍ଲୀର ନୀରଜ ବୱାନା ସିଦ୍ଧୁଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି ।

ଫେସବୁକରେ ନୀରଜ ବୱାନା ନାମରେ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଏଥିରେ ଲେଖା ଅଛି, 'ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ଖବର ମିଳିଲା । ସିଦ୍ଧୁ ଆମର ହୃଦୟର ଭାଇ ଥିଲେ, ଦୁଇ ଦିନ ମଧ୍ୟରେ ଏହାର ଫଳାଫଳ ଦେବୁ ।' ଏହି ପୋଷ୍ଟରେ ଟିଲୁ ତାଜପୁରିଆ, କୌଶଲ ଗୁରଗାଓଁ ଏବଂ ଦବିନ୍ଦର ଭମ୍ବିୟା ଗ୍ୟାଙ୍ଗ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଏହି ପୋଷ୍ଟର ସତ୍ୟତା ନିଶ୍ଚିତ ହୋଇନାହିଁ ।
ପଞ୍ଜାବର ମହାନିର୍ଦ୍ଦେଶକ ଭି.କେ ଭବ୍ରା ତାଙ୍କ ବିବୃତ୍ତିରେ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ଗ୍ୟାଙ୍ଗ ମଧ୍ୟରେ ପାରସ୍ପରିକ ଶତ୍ରୁତା ବୋଲି କହିଛନ୍ତି । ସେ କହିଛନ୍ତି ଯେ ଗତ ବର୍ଷ ଅକାଳୀ ନେତା ବିକି ମିଦୁଖେଡାଙ୍କ ହତ୍ୟାରେ ମୁସେୱାଲାଙ୍କ ମ୍ୟାନେଜର ଶଗୁନପ୍ରୀତଙ୍କ ନାମ ଆସିଥିଲା । ଡିଜିପି କହିଛନ୍ତି ଯେ ଏହି ହତ୍ୟା ମିଦୁଖେଡା ହତ୍ୟାର ପ୍ରତିଶୋଧ ଭଳି ମନେ ହେଉଛି । ଏହି ସମଗ୍ର ଘଟଣାର ଅନୁସନ୍ଧାନ ପାଇଁ SIT ଗଠନ କରାଯାଇଛି । | ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ତିହାର ଜେଲ ସହ ଜଡିତ ଥିବା ଖବର ମଧ୍ୟ ମିଳୁଛି ।












Click it and Unblock the Notifications