ଡ୍ରଗ୍ସ ମାମଲା : ଶାହାରୁଖ ଖାନଙ୍କ ଘର 'ମନ୍ନତ'ରେ ଏନସିବି ଟିମ୍
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଏକ ଟିମ୍ ଗୁରୁବାର (ଅକ୍ଟୋବର 21) ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ବାସଭବନରେ ପହଞ୍ଚିଛି । ସର୍ଚ୍ଚ ଅପରେସନ୍ ଏବଂ ପଚରାଉଚରା ପାଇଁ ଏନସିବି ଟିମ୍ ଶାହାରୁଖ ଖାନଙ୍କ ଘରେ ପହଞ୍ଚିଛି ।
ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଏକ ଟିମ୍ ଗୁରୁବାର (ଅକ୍ଟୋବର 21) ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ବାସଭବନରେ ପହଞ୍ଚିଛି । ସର୍ଚ୍ଚ ଅପରେସନ୍ ଏବଂ ପଚରାଉଚରା ପାଇଁ ଏନସିବି ଟିମ୍ ଶାହାରୁଖ ଖାନଙ୍କ ଘରେ ପହଞ୍ଚିଛି । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ୍ ଖାନ୍ ଜେଲରେ ଅଛନ୍ତି ।

ଏହାର କିଛି ସମୟ ପୂର୍ବରୁ, ସକାଳ 9.30 ସମୟରେ ଶାହାରୁଖ ଖାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ପୁଅ ଆର୍ଯ୍ୟନ ଖାନଙ୍କୁ ଭେଟିଥିଲେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଜି ଶାହରୁଖ ଖାନଙ୍କ ଘର ସର୍ଚ୍ଚ କରିବା ସହ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ଡକାଇଛନ୍ତି । ଖବର ଅନୁଯାୟୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବିର ଏକ ଟିମ୍ ଉପସ୍ଥିତ ଅଛନ୍ତି ।
ANI ନ୍ୟୁଜ୍ ଏଜେନ୍ସି ଦ୍ୱାରା ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଭିଜୁଆଲରେ ଦର୍ଶାଯାଇଛି ଯେ ଏନସିବି ଅଧିକାରୀମାନେ ଶାହରୁଖ ଖାନଙ୍କ ବାସଭବନରେ ପହଞ୍ଚିଛନ୍ତି, ସେମାନେ ସର୍ଚ୍ଚ ଅପରେସନ ପାଇଁ ଯାଇଛନ୍ତି ବୋଲି ଜଣାପଡ଼ିଛି ।
Mumbai | A team of Narcotics Control Bureau arrives at actor Shah Rukh Khan's residence 'Mannat' pic.twitter.com/W3h24x8fzs
— ANI (@ANI) October 21, 2021
ଅକ୍ଟୋବର 2 ରେ ଡ୍ରଗ୍ ମାମଲାରେ ଆର୍ୟନ୍ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା । ସେବେଠାରୁ ଶାହରୁଖ ଖାନ ଏହି ମାସ ଆରମ୍ଭରୁ କ୍ୟାମେରାଠାରୁ ଦୂରରେ ରହିଥିଲେ । ଡ୍ରଗ୍ସ ଜବତ ମାମଲାରେ ବୁଧବାର (ଅକ୍ଟୋବର 20) ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟ ଦୁଇଜଣଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications