ନବ ଦାସ ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋପାଳକୁ ଆଉ 4 ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ଗୋପାଳ କୁ ଆଉ 4 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ଆଜି ପ୍ରଥମ ଦଫା ରିମାଣ୍ଡ ଶେଷ ହୋଇଥିଲା । ଏହାପରେ ପୁଣି କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ଆଉ 9 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା ।

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ 6 ଦିନ ହୋଇଥିଲେ ମଧ୍ୟ ଏଯାଏଁ ତଦନ୍ତକାରୀ ଦଳର ହାତ ଖାଲି ପଡ଼ିଛି । କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ହତ୍ୟା ଅଭିଯୁକ୍ତ ଗୋପାଳ ଦାସକୁ ପଚରାଉଚୁରା କରୁଛି । କିନ୍ତୁ ହତ୍ୟା ପଛର କାରଣ ଖୋଜିପାରିନାହିଁ । ତଦନ୍ତକୁ ଆହୁରି ଆଗକୁ ବଡାଇବାକୁ ଗୋପାଳକୁ ଆଉ 4 ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।
ଗୋପାଳ କୁ ଆଉ 4 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ଆଜି ପ୍ରଥମ ଦଫା ରିମାଣ୍ଡ ଶେଷ ହୋଇଥିଲା । ଏହାପରେ ପୁଣି କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ଆଉ 9 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା । କିନ୍ତୁ 4 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ।
ଗୋପାଳ କାହିଁକି ହତ୍ୟା କରିଛି, ଏହା ପଛରେ କୌଣସି ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କିଛି କାରଣ ଅଛି କି ସେ ନେଇ ତଦନ୍ତ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଘଟଣାସ୍ଥଳର ଯାଞ୍ଚ କରାଯାଇଥିବାବେଳେ ଅଭିଯୁକ୍ତ ଗୋପାଳକୁ 7 ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିଲା । ଗୋପାଳକୁ କୋର୍ଟରେ ହାଜର କରାଯିବା ପରେ 4 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ । ବର୍ତ୍ତମାନ ଆଉ 4 ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଏହି 4 ଦିନରେ ଗୋପାଳ ମୁହଁରୁ କ୍ରାଇମବ୍ରାଞ୍ଚ କଣ ରହସ୍ୟ ବାହାର କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।












Click it and Unblock the Notifications