Get Updates
Get notified of breaking news, exclusive insights, and must-see stories!

କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଗୋପାଳର ଡାଏରୀ, ଖୋଲିବ କି ହତ୍ୟାକାଣ୍ଡ ରହସ୍ୟ ?

କ୍ରାଇମବ୍ରାଞ୍ଚ କୁ ମିଳିଛି ଗୋପାଳର ଡାଏରୀ । ଗୋପାଳର ସରକାରୀ କ୍ୱାଟର୍ସରେ ଯାଞ୍ଚ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏକ ଡାଏରୀ ମିଳିଥିବା ସୂଚନା ରହିଛି ।

Naba das

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡର ଖିଅ ଖୋଜିବାରେ ଲାଗି ପଡ଼ିଛି କ୍ରାଇମବ୍ରାଞ୍ଚ । ବିଭିନ୍ନ ଦିଗକୁ ନେଇ ଜାରି ରଖିଛି ତଦନ୍ତି । ଏପରିକି ମନ୍ତ୍ରୀଙ୍କୁ ହତ୍ୟା କରିବା ପଛରେ ଗୋପାଳର କଣ ଉଦ୍ଦେଶ୍ୟ ଥିଲା ତାହା ଜାଣିବାକୁ ପ୍ରୟାସ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । କିନ୍ତୁ ନବ ଦାସଙ୍କ ମୃତ୍ୟୁ କୁ 5 ଦି ବିତି ଯାଇଥିଲେ ମଧ୍ୟ ଖାଲି ପଡ଼ିଛି ତଦନ୍ତକାରୀ ଟିମ୍ ର ହାତ । ଖୋଲିପାରୁନି ହତ୍ୟା ରହସ୍ୟ । ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଅଧିକାରା ।

ବର୍ତ୍ତମାନ ଏହି ଘଟଣାରେ କ୍ରାଇମବ୍ରାଞ୍ଚ କୁ ମିଳିଛି ଗୋପାଳର ଡାଏରୀ । ଗୋପାଳର ସରକାରୀ କ୍ୱାଟର୍ସରେ ଯାଞ୍ଚ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏକ ଡାଏରୀ ମିଳିଥିବା ସୂଚନା ରହିଛି । ଏପରିକି ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ାର ଅକ୍ଷର ଏବଂ ଡାଏରୀର ଅକ୍ଷର ଏବଂ ହସ୍ତାକ୍ଷର ଗୋପାଳର କି ନାହିଁ ତାହା ଜାଣିବା ପାଇଁ ଏହାକୁ ପରୀକ୍ଷା ପାଇଁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

କ୍ରାଇମ୍‌ବ୍ରାଞ୍ଚର ଗୋଟିଏ ଟିମ୍‌ ଝାରସୁଗୁଡାରେ ତଦନ୍ତ କରୁଥିବା ବେଳେ ଅନ୍ୟ 2 ଟି ଟିମ୍‌ ଗଞ୍ଜାମ ଓ ସମ୍ବଲପୁର ବୁର୍ଲାରେ ଛାନଭିନ କରିଛନ୍ତି । ଗଞ୍ଜାମରେ ଥିବା ଟିମ୍ ଗୋପାଳଙ୍କ କଲେଜ ବନ୍ଧୁଙ୍କ ପଚରାଉଚୁରା କରିଥିବା ଜଣାପଡିଛି । ସେପଟେ ଆଉ ଗୋଟିଏ ଟିମ୍ ସମ୍ବଲପୁର ବୁର୍ଲା ମେଡିକାଲରେ ପହଁଚି ଚିକିତ୍ସିତ ହେଉଥିବା ଜୀବନ ନାୟକଙ୍କୁ ପଚରାଉଚୁରା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+