ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା

କାମାକ୍ଷାନଗର: ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା । କାମାକ୍ଷାନଗରରେ ହୋଇଛି ଏହି ହତ୍ୟାକାଣ୍ଡ । ଗୁଳିମାଡ଼ରେ ପଥର ଖଣି ବ୍ୟବସାୟୀ ତଥା ହତ୍ୟା ଅଭିଯୁକ୍ତ ନିରାକାର ସାହୁଙ୍କ ମୃତ୍ୟୁ ହୋଇଛି ।

murder

କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । 2021 ମସିହା ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତ ଥିବାର ସୂଚନା ରହିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି ।

ନିରାକାର ସାହୁଙ୍କ ଘର ତୁମୁସିଙ୍ଗା ଥାନି କନ୍ତିଓପୁଟସାହିରେ ବୋଲି ଜଣାପଡ଼ିଛି । ତାଙ୍କ ଦେହରେ ଗୁଳି ବାଜିବା ସହ ବେକରେ କ୍ଷତ ଥିବା ରକ୍ତାକ୍ତ ମୃତଦେହ ପଡ଼ିଛି । ମୃତକ ଗତ 2021 ସେପ୍ଟେମ୍ବର 21 ତାରିଖରେ ଗୁଳିମାଡ଼ରେ ମୃତ ବାରୁଆଁ(କା) ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟା ମାମଲାର ମୁଖ୍ୟ ଆସାମୀ ଥିବା ବେଳେ ବିଗତ 4 ମାସ ହେବ ଜାମିନରେ ଆସି ଲଘୁ ଖଣିଜ ପଦାର୍ଥ ବ୍ୟବସାୟ କରିୁଥିଲେ । ପୂର୍ବ ଶତ୍ରୁତାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ସର୍ବେଶ୍ୱର ସାହୁ ଗଣମାଧ୍ୟମ ଓ ପୋଲିସ ଆଗରେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+