ରାଜଧାନୀ ଛାତିରେ ଆତଙ୍କରାଜ ! ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ସିଆରପି ଛକରେ ଦିନ ଦି ପହରରେ ବୁଲିଲା ଖଣ୍ଡା। ହଣାକଟାକୁ ନେଇ ଲୋକେ ଆତଙ୍କିତ । ହସ୍ପିଟାଲରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କର ମୃତ୍ୟୁ ।

ଭୁବନେଶ୍ୱର : ଦିନ ଦ୍ୱିପହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ସିଆରପି ଛକରେ ଦିନ ଦି ପହରରେ ବୁଲିଲା ଖଣ୍ଡା। ହଣାକଟାକୁ ନେଇ ଲୋକେ ଆତଙ୍କିତ । ହସ୍ପିଟାଲରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କର ମୃତ୍ୟୁ । ତାଙ୍କ ନାମ ଜଟିଆ ବୋଲି ପ୍ରାଥମିକ ଭାବରେ କୁହାଯାଇଛି ।

Crime

ଅପରପକ୍ଷରେ ହଣାକଟା କରିଥିବା ଦୁଇ ଦୁର୍ବୃର୍ତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ନେଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ଜଣ ଆକ୍ରମଣକାରୀଙ୍କୁ ନିଜ ହେବାଜତକୁ ନେଇଛି । ଉତ୍ତ୍ୟକ୍ତ ଲୋକେ ପିସିଆର୍ ଗାଡିକୁ ମଧ୍ୟ ଆକ୍ରମଣ କରିଛନ୍ତି । ମିଳିଥିବା ଖବର ଅନୁସାରେ ଉକ୍ତ ତିନି ଜଣ ସାଲିଆସାହିର । ତେବେ କୌଣସି କାରଣ ବସତଃ ଜଟିଆକୁ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ । ଆକ୍ରମଣ କରି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ନେଇଥିଲେ । ଆକ୍ରମଣର ଶିକାର ହୋଇ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ ଗାଡି ଚାଳକ ହୋଇଥିବା ସୂଚନା ମିଳିଛି । ଅପରପକ୍ଷରେ ଯୁବକଙ୍କୁ ଦୁର୍ବୃତ୍ତ କାହିଁକି ହାଣିଲେ ସେନେଇ କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+