କୂଅରୁ ଯମଜ ଶିଶୁଙ୍କ ମୃତଦେହ ଠାବ ଘଠଣା, ନିଜେ ମାରିଥିବା ମାନିଲା ମା'

ଅନୁଗୁଳ: କୂଅରୁ ଯମଜ ଶିଶୁଙ୍କ ମୃତଦେହ ମିଳିବା ଘଟଣାରେ ଖୋଲିଛି ଗୁମର । ନିଜେ ମା' ହିଁ ପାଲଟିଛି ପିଶାଚୁଣୀ । ନିଜ ଯମଜ ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ସ୍ୱୀକାର କରିଛି । ଶିଶୁ ଦୁଇଙ୍କ ମା ତପସ୍ୱିନୀ ସାହୁକୁ ଥାନାକୁ ବନ୍ତଳା ପୋଲିସ ଉଠାଇ ନେଇଛି ।

Murder case

ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ଗାଁରେ ଦୁଇ ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ହତ୍ୟା ଘଟଣା ରେ ମା ନିଜେ ଶିଶୁ ଦୁଇଟିକୁ କୂଅରେ ପକାଇ ଦେଇଥିବା ପରିବାର ଲୋକଙ୍କ ଆଗରେ ମାନିଲା ପରେ ତପସ୍ବିନୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେଉଁ ପରିସ୍ଥିତିରେ ଓ କାହିଁକି ନିଜ ଛୁଆଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

ପରିବାର ଲୋକେ ମାଆକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । 3 ମାସର କଅଁଳା ପିଲାଙ୍କୁ କୂଅରେ ପକାଇ ଗତକାଲି କିଏ ହତ୍ୟା କଲା ବୋଲି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଗତକାଲି ଅପରାହ୍ନରେ କୂଅରୁ ମିଳିଥିଲା ଭାଇଭଉଣୀଙ୍କ ମୃତଦେହ । ମୃତକ ସୁନୀଲ ସାହୁଙ୍କ ପୁଅ ସାଇ ଓ ଝିଅ ଶ୍ରଦ୍ଧା । ମାଆ ତପସ୍ବିନୀ ସାହୁ ଉଭୟ ଛୁଆଙ୍କୁ ଘରେ ଛାଡ଼ି କ୍ଷୀର ଆଣିବାକୁ ଯାଇଥିଲେ ବୋଲି କୁହାଯାଉଥିଲା ।

ପରେ କୂଅରେ ଉଭୟ ଶିଶୁ ଭାସୁଥିବା ଦେଖିବାକୁ ମିଳିଥିଲା । କୂଅରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+