ନିଜ କୋଳ ନିଜେ ଖାଲି କରିଦେଲା ମା, ଶିଶୁପୁତ୍ରର କାଟିଦେଲା ତଣ୍ଚି
ବଲାଙ୍ଗୀର: ଗର୍ଭରେ ରଖି ଜନ୍ମ ଦେଇଥିଲା । ପଣତକାନିରେ ସୁରକ୍ଷା ଦେବା ବଜଳରେ ନିଜ ହାତରେ ନିଜ ପୁଅର ତଣ୍ଟି କାଟିଦେଲା ପିଶାଚିନୀ ମା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ।

ଜନ୍ମକଲା 6 ମାସର ଛୁଆକୁ ନିଜେ ତଣ୍ଟି କାଟି ହତ୍ୟା କରିଛି ମା । ହତ୍ୟା କରିବା ପରେ ଫେରାର ହୋଇଯାଇଛି । ଅଭିଯୁକ୍ତା ଜଣକ ହେଲେ ମୀନା ନାଗ । ଏହାପରେ ପରିବାରଲୋକେ ଶିଶୁକୁ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଜେଜେ ମା' ଶିଶୁଟିକୁ ତେଲ ମାଲିସ କରିବାକୁ ଆସିଥିଲେ । ଏହି ସମୟରେ ଶିଶୁଟି ରକ୍ତଜୁଡ଼ୁଜୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ମା କାହିଁକି ଶିଶୁର ତଣ୍ଟି କାଟିଲା ତାର କାରଣ ଜଣାପଡ଼ିନାହିଁ । ଏନେଇ ପୁଇଁତଲା ଥାନା ପୁଲିସ ଛାନଭିନ୍ କରୁଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ମୀନା ନାଗ ଜଣେ ମାନସିକ ରୋଗୀ । ତାଙ୍କର ଚିକିତ୍ସା ଚାଲିଛି । ଦମ୍ପତିଙ୍କର 2ଟି ଝିଅ ମଧ୍ୟ ଅଛନ୍ତି । ଶିଶୁର ବାପା କହିଛନ୍ତି, ମୋ ସ୍ତ୍ରୀର ମାନସିକ ଅବସ୍ଥା ଠିକ୍ ନାହିଁ। ତାର ଚିକିତ୍ସା ଚାଲିଛି ।












Click it and Unblock the Notifications