Get Updates
Get notified of breaking news, exclusive insights, and must-see stories!

ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ଦୁବୃର୍ତ୍ତ ଚମ୍ପଟ୍

ବାଲେଶ୍ୱର: ଘରେ ପଶି ମହିଳାଙ୍କୁ ଅଖିବୁଜା ଗୁଳିମାଡ଼ । ଗୁଳି ମାରି ଛୁ ମାରିଛି ଦୁ‍ର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ ।

firing

ଗୁଳିମାଡ଼ର ଶିକାର ହୋଇଥିବା ମହିଳା ହେଲେ ଲକ୍ଷ୍ମୀ ମୁର୍ମୁ । ତାଙ୍କ ଦେହରେ 3ଟି ଗୁଳି ବାଜିଛି । ତାଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ ଘରେ ଶୋଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷ୍ମୀଙ୍କ ଉପରେ 3 ରାଉଣ୍ଡ ଗୁଳିମାଡ଼ କରିଥିଲେ । ଲକ୍ଷ୍ମୀଙ୍କର ଅଣ୍ଟା, ପେଟ ଓ ହାତରେ 3 ଟି ଗୁଳି ବାଜିଥିଲା । ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ପରିବାର ଲୋକେ ପ୍ରଥମେ ଲକ୍ଷ୍ମୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ତେବେ କେଉଁ କାରଣ ପାଇଁ ଲକ୍ଷ୍ମୀଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ । ପୂର୍ବ ଶତ୍ରୁତା ନା ଆଉ କଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+