Get Updates
Get notified of breaking news, exclusive insights, and must-see stories!

ଗନ୍ ପଏଣ୍ଟରେ ଲୁଟ୍, ବ୍ୟବସାୟୀଙ୍କ ଠୁ ନେଇଗଲେ 25 ଲକ୍ଷ ଟଙ୍କାର ସୁନା ଗହଣା

ପୁରୀ: ଫିଲ୍ମ ଷ୍ଟାଇଲରେ ଲୁଟ୍ । ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ସୁନାଗହଣା । ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେବା ସହ ବ୍ୟବସାୟୀଙ୍କୁ ଲୁଟ୍ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପିପିଲିର ଡେଲାଙ୍ଗ ଥାନା ଅଞ୍ଚଳରେ ।

Loot

ସୁନା ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏହି ଲୁଟ୍ ର ଶିକାର ହୋଇଛନ୍ତି । 4 ଜଣ ଦୁବୃର୍ତ୍ତ ଆସି ଅଟକାଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇବା ସହ ମାରଣାସ୍ତ୍ର ଦେଖାଇ ବ୍ୟାଗ୍ ଛଡ଼ାଇ ନେଇଥିଲେ । ସେଥିରେ 270 ଗ୍ରାମ୍ ସୁନା ଓ 6 କେଜି ରୁପା ଥିଲା । ଏହାର ଆନୁମାନିକ ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଥାନା ଠାରୁ ମାତ୍ର 500 ମିଟର ଦୂରରେ ହୋଇଛି ଏହି ଲୁଟ୍ ।

ଏନେଇ ବ୍ୟବସାୟୀ ଜଣଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+