ଆଖି ପିଛୁଳାକେ ଲୁଟ୍, 5 ସେକେଣ୍ଡରେ ଲୁଟିନେଲେ 5 ଲକ୍ଷ
ବ୍ରହ୍ମପୁର: ନଜର ହଟୁ ହଟୁ ଗାଏବ ହୋଇଗଲା 5 ଲକ୍ଷ ଟଙ୍କା । ଡିକିରୁ ଲୁଟିନେଲେ 5 ଲକ୍ଷ ଟଙ୍କା । ଏମିତି ଏକ ଘଟଣା ଘଟିଛି ବ୍ରହ୍ମପୁର ସହରରେ ।

ବ୍ରହ୍ମପୁର ଜୟପ୍ରକାଶ ନଗରରୁ ବାଇକ୍ ଡିକି ରୁ 5 ଲକ୍ଷ ଟଙ୍କା ଲୁଟ୍ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ କୃଷ୍ଣ ମହାରଣା ନାମକ ଜଣେ ଯୁବକ । ବାଇକକୁ ରାସ୍ତାକଡ଼ରେ ରଖି ଚାହା ପିଇବାକୁ ଯାଇଥିଲେ । ଏହି ସମୟରେ ମାତ୍ର 5 ରୁ 7 ସେକେଣ୍ଡ୍ ଭିତରେ ଜଣେ ଯୁବକ କୃଷ୍ଣଙ୍କ ଡିକି ଭାଙ୍ଗି ଟଙ୍କା ବ୍ୟାଗ୍ ନେଇ ଗାଏବ ହୋଇଯାଇଥିଲେ ।
ଘଟଣା ସମୟର ଭିଡିଓକୁ ଯାଞ୍ଚ କରି ବୈଦ୍ୟନାଥପୁର ଥାନା ପୋଲିସ୍ ତଦନ୍ତ କରୁଛି ।












Click it and Unblock the Notifications