ବବା କେମିତି ଅଛ ପଚାରିଲେ... ଝାମ୍ପିନେଲେ ଲକ୍ଷେ 99 ହଜାର ଟଙ୍କା
କଣ୍ଟାବାଞ୍ଜି: ବାଇକ୍ ରେ ଆସିଲେ । ବଡ଼ ବାପା କେମିତି ଅଛ ବି ପଚାରିଲେ । ଏହା ପରେ ମଉକା ଦେଖି ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ସ୍ପଷ୍ଟ ଦିବାଲୋକରେ ଏମିତି ନାଟକୀୟ ଢଙ୍ଗରେ ହୋଇଛି ଲୁଟ୍ ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଏମିତି କାଣ୍ଡ ଭିଆଇଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଲୁଟେରାମାନେ ଟାର୍ଗେଟ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେଇଛନ୍ତି । ଦୁର୍ବୃତ୍ତମାନେ 1 ଲକ୍ଷ 99 ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସମ୍ବାରୁ ପନିକା ।

ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁର ସମ୍ବାରୁ ପନିକା ଆଜି ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ 1 ଲକ୍ଷ 99 ହଜାର ଟଙ୍କା ଉଠାଇଥିଲେ । ସେ ବ୍ୟାଙ୍କରୁ ଟଙ୍କା ପାଇଲା ପରେ ଏହାକୁ ନିଜ ବାଇକ୍ର ଡିକିରେ ଭର୍ତ୍ତି କରିଥିଲେ । ଘରକୁ ଫେରୁଥିବା ବେଳେ ବାଇକ୍ରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପହଞ୍ଚି ସମ୍ବାରୁଙ୍କୁ ଅଟକାଇ କେମିତି ଅଛ ବୋଲି ପଚାରି ଥିଲେ । ସେ ନିଜ ବାଇକ୍ ଅଟକାଇବା ପରେ ଦୁର୍ବୃତ୍ତମାନେ ସମ୍ବାରୁଙ୍କ ବାଇକ୍ ଡିକି ଖୋଲି ବ୍ୟାଗରେ ଭର୍ତ୍ତି ଥିବା ଟଙ୍କାକୁ ବଳପୂର୍ବକ ନେଇ ଫେରାର ହୋଇଯାଇଥିଲେ ।
ଲୁଟ୍ର ଶିକାର ହେଲା ପରେ ସମ୍ବାରୁ ପନିକା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଖବର ପାଇ ଆଖପାଖ ଦୋକାନର ସିସିଟିଭି ଯାଞ୍ଚ କରୁଛି ।












Click it and Unblock the Notifications