ରାଜଧାନୀରେ ବୁଲିଲା ଖଣ୍ଡା-ଭୁଜାଲି, ଆତଙ୍କ ରଚାଇଲେ ଦୁଇ ଗୋଷ୍ଠୀ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ଖଣ୍ଡା । ରଣକ୍ଷେତ୍ର ପାଲଟିଗଲା ରାଜରାସ୍ତା । ଖଣ୍ଡା, ଭୁଜାଲି ଓ ରଡ୍ ବୁଲାଇ ଆତଙ୍କ ରଚିବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ସଂଘର୍ଷ । ଏଥିରେ 5 ଜଣ ରକ୍ତାକ୍ତ ହୋଇଛନ୍ତି ।

Gang war

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜାଗମରା ନିକଟସ୍ଥ ଖାଓଗଳି ନିକଟରେ । ଗତକାଲି ରାତି ପ୍ରାୟ 9 ଟା ବେଳେ ଘଟିଛି ଏଭଳି ଘଟଣା । ଦୁଇ ଗୋଷ୍ଠୀର 10 ରୁ ଊର୍ଦ୍ଧ୍ୱ ଯୁବକ ପ୍ରତିପକ୍ଷର 5 ଜଣଙ୍କୁ ରକ୍ତାକ୍ତ ଆକ୍ରମଣ କରିଛନ୍ତି । କାହାକୁ ଖଣ୍ଡାରେ ହାଣିଛନ୍ତି ତ କାହାକୁ ରଡ୍‌ରେ ପିଟି ଲହୁଲୁହାଣ କରିଛନ୍ତି । ଦରମରା ଅବସ୍ଥାରେ 5 ଯୁବକଙ୍କୁ ଛାଡ଼ି ଆକ୍ରମଣକାରୀମାନେ ଫେରାର୍ ହୋଇଯାଇଛନ୍ତି । ଆକ୍ରମଣକାରୀ ଓ ଆହତମାନଙ୍କ ପରିଚୟ ମିଳିପାରିନାହିଁ ।

ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରୁ 4ଟି ଭଙ୍ଗା ବାଇକ୍‌ ଜବତ କରିଛି । ଜବତ ବାଇକ୍‌ଗୁଡ଼ିକରୁ ଆହତ ଓ ଆକ୍ରମଣକାରୀଙ୍କ ପରିଚୟ ପାଇବାକୁ ପୁଲିସ ଉଦ୍ୟମ ଚଳାଇଛି । ବରମୁଣ୍ଡା ଅଞ୍ଚଳର ଏକ ଜଣାଶୁଣା ଗ୍ୟାଙ୍ଗ୍ ଏହି ଗଣ୍ଡଗୋଳରେ ଥିବା ଚର୍ଚ୍ଚା ହେଉଛି । ଚିକିତ୍ସାଧୀନ ଆହତମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପୁଲିସ ପଚରାଉଚରା କରୁଛି । ବରମୁଣ୍ଡା, ନୂଆପଲ୍ଲୀ ଅଞ୍ଚଳର ତଥାକଥିତ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗର ସଦସ୍ୟମାନେ ହିଁ ଆକ୍ରମଣର ଶିକାର ହୋଇଥିବା ଆଲୋଚନା ହେଉଛି ।

ସ୍ଥାନୀୟ ଚର୍ଚ୍ଚାନୁସାରେ ଏକ ରାଜନୈତିକ ଦଳୀୟ କାର୍ଯ୍ୟକ୍ରମରୁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଛି । ଗତକାଲି ଗଣ୍ଡଗୋଳର ମୂଳଦୁଆ ପଡ଼ିଥିଲା । ସବୁଦିନ ଭଳି ଆଜି ଗୋଟିଏ ଗୋଷ୍ଠୀର 5-7 ଜଣ ଖାଓଗଳିରେ ବସି ଖଟି କରୁଥିଲେ । ଏହି ସମୟରେ 5-6 ବାଇକ୍‌ରେ 10-12 ଯୁବକ ପହଞ୍ଚିଥିଲେ । ହାତରେ ଥିଲା ଖଣ୍ଡା, ରଡ୍‌ ଭଳି ମାରଣାସ୍ତ୍ର । କେହି କିଛି ବୁଝିବା ପୂର୍ବରୁ ସେମାନେ ଖଟି କରୁଥିବା ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ । ଅତର୍କିତ ଆକ୍ରମଣ ଯୋଗୁଁ କେହି ଖସିପାରିନଥିଲେ । ଆକ୍ରମଣକାରୀମାନେ ଆଖିବୁଜା ପିଟି ଚାଲିଥିଲେ । 5 ଜଣଯାକ ଜୀବନ ବିକଳରେ ଦୋକାନୀମାନଙ୍କ ଠେଲା ଭିତରକୁ ପଶିଯାଉଥିଲେ ବି ଆକ୍ରମଣକାରୀମାନେ ସେମାନଙ୍କୁ ଘୋଷାରି ଆଣି ପିଟୁଥିଲେ । ମାତ୍ର 5-7 ମିନିଟ୍‌ ଭିତରେ ଖାଓଗଳି ଜନଶୂନ୍ୟ ହୋଇପଡ଼ିଥିଲା । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚିଥିଲା । କିନ୍ତୁ ସେତେବେଳକୁ ଆକ୍ରମଣକାରୀମା‌ନେ ପାର୍‌ ହୋଇସାରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+