Get Updates
Get notified of breaking news, exclusive insights, and must-see stories!

ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ୍, 10 ହଜାର ଟଙ୍କା ଜରିମାନା

ମୟୂରଭଞ୍ଜ: ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍ ଦଣ୍ଡ । ଦୁଷ୍କର୍ମକାରୀକୁ ହୋଇଛି 20 ବର୍ଷ ଜେଲ ଦଣ୍ଡାଦେଶ । ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟର ଅଧ୍ୟକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

rape accuse

ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏହା ସହ 10 ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି । ଅପରପକ୍ଷରେ ପୀଡିତାଙ୍କୁ ଥଇଥାନ ପାଇଁ ଜିଲ୍ଲା ଆଇନ ସହାୟତା ସଂସ୍ଥାକୁ 4 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଅନ୍ୟ କେହି ନୁହେଁ ବରଂ ପୀଡ଼ିତାଙ୍କ ଜେଜେ ବାପା ଜଗମୋହନ ନାୟକ । ଗତ 20 ମାର୍ଚ୍ଚ 2021 ମସିହାରେ ପୀଡ଼ିତାଙ୍କ ବାପା ମା' ଘରୁ ବାହାରକୁ ଯାଇଥିବା ସମୟରେ ନିଜ ଜେଜେବାପା 12 ବର୍ଷ ନାବାଳିକା ନାତୁଣୀ ପ୍ରତି ଅସଦାଚରଣ କରିଥିବା ନେି ଝାରପୋଖରିଆ ଥାନାରେ ମାମଲା ରୁଜୁ ହୋଇଥିଲା । ଝାରପୋଖରିଆ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+