ବେଆଇନ୍ ଖଣି ଖନନ ବନ୍ଦ କରିବାକୁ ଯାଇଥିବା DSPଙ୍କୁ ହତ୍ୟା

ନୁହ ରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ଯାଇଥିବା ମେୱାତର ଡିଏସପି ସୁରେନ୍ଦ୍ର ସିଂହଙ୍କୁ ଖଣି ମାଫିଆ ଟ୍ରକ୍ ଚଢାଇ ହତ୍ୟା କରିଛନ୍ତି । ପଚଗାଓଁ ପାହାଡରେ ଡିଏସପିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ନୂଆଦିଲ୍ଲୀ : ହରିୟାଣାରେ ଖଣି ମାଫିଆଙ୍କ ଦବଙ୍ଗଗିରି । DSP ଙ୍କୁ ଟ୍ରକ୍ ଚଢାଇ କଲେ ହତ୍ୟା । ନୁହ ରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ଯାଇଥିବା ମେୱାତର ଡିଏସପି ସୁରେନ୍ଦ୍ର ସିଂହଙ୍କୁ ଖଣି ମାଫିଆ ଟ୍ରକ୍ ଚଢାଇ ହତ୍ୟା କରିଛନ୍ତି । ପଚଗାଓଁ ପାହାଡରେ ଡିଏସପିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ କରୁଛି ।

haryana DSP murder

ଏହି ଘଟଣା ଗୁରୁଗ୍ରାମ ସଂଲଗ୍ନ ନୁହ ଜିଲ୍ଲାର ତାୱଡୁ ପୋଲିସ ଷ୍ଟେସନ ଅଞ୍ଚ ପଚଗାଓଁରୁ ଆସିଛି। ମଙ୍ଗଳବାର ସକାଳେ ଡିଏସପି (ତାୱଡୁ) ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କୁ ପଚଗାଓଁ ନିକଟସ୍ଥ ଅରବାଲି ପାହାଡ ଉପରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ମିଳିଥିଲା । ଖଣି ଖନନ ବନ୍ଦ କରିବାକୁ ସେ ମଙ୍ଗଳବାର ସକାଳ 11 ଟାରେ ନିଜ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପୋଲିସକୁ ଦେଖି ଖଣି ଖନନକାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ୍ ଟିମ୍ ଦେଖି ପାହାଡ ନିକଟରେ ଠିଆ ହୋଇଥିବା ଡମ୍ପର ଡ୍ରାଇଭର ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ଦୌଡ଼ି ପଳାଇଥିଲେ ।

ଏହି ସମୟରେ ଯେତେବେଳେ ଡିଏସପି ସୁରେନ୍ଦ୍ର ସିଂହ ଗାଡି ଅଟକାଇବାକୁ ଆଗକୁ ଆସିଥିଲେ, ଡମ୍ପର ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢାଇ ପଳାଇ ଯାଇଥିଲା । ଗାଡ଼ି ତଳେ ଚାପି ହୋଇ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ଏସପି ଏବଂ ଏସଡିଏମ ଏବଂ ତହସିଲଦାର ତୱାଡୁଙ୍କ ନେତୃତ୍ୱରେ ଭାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+