For Quick Alerts
Turn On Notification  
For Daily Alerts
Oneindia App Download

ମନୀଷ ଗୁପ୍ତା ମୃତ୍ୟୁ ମାମଲା : ଫେରାର ଥିବା 6 ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ 2 ଜଣ ଗିରଫ, ଏକ ଲକ୍ଷ ଥିଲା ପୁରସ୍କାର ରାଶି

କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ନିଲମ୍ବନ ପରେ ଫେରାର ଥିବା 6 ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ।

|

ଗୋରଖପୁର : କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ନିଲମ୍ବନ ପରେ ଫେରାର ଥିବା 6 ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ଆଜି ପୋଲିସ ଏହି ପୋଲିସ କର୍ମଚାରୀଙ୍କ ଉପରେ ଘୋଷିତ ପୁରସ୍କାର ରାଶି 25 ହଜାରରୁ ଏକ ଲକ୍ଷକୁ ବୃଦ୍ଧି କରିଥିଲା । ସୂଚନାଦାତାଙ୍କ ପରିଚୟକୁ ଗୁପ୍ତ ରଖିବା ସହିତ ଏହାର ସୁରକ୍ଷା ଦାୟିତ୍ୱ ମଧ୍ୟ ନିଆଯାଇଛି । ସମସ୍ତ ଅଭିଯୁକ୍ତ ପୋଲିସକର୍ମୀଙ୍କ ଫଟୋ ମଧ୍ୟ ପୋଲିସ ପ୍ରକାଶ କରିଛି ।

manish gupta

ଗୋରଖପୁରର ଏକ ହୋଟେଲରେ ପୋଲିସ ତାଙ୍କୁ ମାଡ ମାରିବା ପରେ କାନପୁରର ବାରା ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ମନୀଷ ଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ପରେ ସେମାନେ ଫେରାର ଥିଲେ ।

ମନୀଷ ଗୁପ୍ତାଙ୍କ ମୃତ୍ୟୁ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଇନ୍ସପେକ୍ଟର ଜେ.ଏନ୍ ସିଂହ ଏବଂ ଇନ୍ସପେକ୍ଟର ଅକ୍ଷୟ ମିଶ୍ରାଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ରାମଗଡତାଲ ଏବଂ କ୍ରାଇମ ବ୍ରାଞ୍ଚ ଦଳ ପଚରାଉଚରା କରୁଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ କାନପୁର ଏସଆଇଟି କୁ ହସ୍ତାନ୍ତର କରାଯିବ । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗୋରଖପୁର ଏବଂ କାନପୁର ପୋଲିସ ଚଢାଉ କରୁଛି । ରବିବାର ଦିନ ପୁଣି ଥରେ ଏସଆଇଟି ଟିମ୍ ବାରବାଙ୍କିସ୍ଥିତ ଇନ୍ସପେକ୍ଟର ଅକ୍ଷୟ ମିଶ୍ରଙ୍କ ଘରେ ଚଢାଉ କରିଥିଲେ ମଧ୍ୟ ତାଙ୍କୁ ସେଠାରେ ପାଇନଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Manish Gupta Death case : Two Accused Policemen arrested By Police
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X