ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହରେ ସାଙ୍ଗର ଗଳା କାଟି ରକ୍ତ ପିଇଗଲା ସାଙ୍ଗ !

ବାଙ୍ଗଲୋର : କର୍ଣ୍ଣାଟକରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବନ୍ଧୁ ତାଙ୍କ ବନ୍ଧୁଙ୍କ ଗଳା କାଟି ଦେଇଛନ୍ତି । କେବଳ ଏତିକି ନୁହେଁ, ଅଭିଯୁକ୍ତ ବନ୍ଧୁ କେବଳ ନିଜ ବନ୍ଧୁର ଗଳା କାଟି ନାହିଁ, ବରଂ ଗଳାରୁ ବାହାରୁଥିବା ରକ୍ତକୁ ପିଇଛି । ଏପରିକି ମୋବାଇଲରେ ରେକର୍ଡ କରି ପୁରା ଘଟଣାର ଏକ ଭିଡିଓ କରିଛି ।

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଏହି ଘଟଣା କର୍ଣ୍ଣାଟକର ଚିକକବାଲାପୁରରୁ ଆସିଛି । ଅଭିଯୁକ୍ତ ଜଣକ ହେଇଛି ବିଜୟ ।

Murder-Karnataka

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ସନ୍ଦେହ କରିଥିଲେ ଯେ ତାଙ୍କ ପତ୍ନୀଙ୍କ ସହ ତାଙ୍କ ସାଙ୍ଗ ମହେଶର ଅବୈଧ ସମ୍ପର୍କ ରହିଛି । ଜୁନ୍ 19 ରେ ବିଜୟ ତାଙ୍କ ବନ୍ଧୁ ଜନଙ୍କ ସହ ମହେଶଙ୍କୁ ନିକଟ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ଏ କଥାକୁ ନେଇ ବଚସା ହେବା ପରେ ସେ ନଜ ସାଙ୍ଗର ଗଳା କାଟି ଦେଇଖଥିଲା । ଜନ୍ ଏହି ଘଟଣାକୁ ମୋବାଇଲ୍ ଫୋନରେ ରେକର୍ଡ କରିଥିଲେ ।

ଏହି ଘଟଣା ପରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି । ମହେଶଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+