ସ୍ତ୍ରୀ ଆଉ କାହା ସହ ଫେରାର ହେବାରୁ ପୁଅକୁ ମାରିଦେଲା ବାପ !

dead body

ରାଉରକେଲା: ମା' ର ପରକୀୟ ପ୍ରୀତି ରାଗରେ ବଳି ପଡ଼ିଗଲା ପୁଅ । ନିଜ ଜନ୍ମକଲା 5 ବର୍ଶର ନିଷ୍ପାପ ଶିଶୁକୁ ହତ୍ୟା କରିଛି ସୈତାନ ବାପ । ସ୍ତ୍ରୀ ଆଉ କାହା ସହ ଫେରାର ହୋଇଯିବାରୁ ରାଗରେ ବାପ ନିଜ 5 ବର୍ଷର ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଜଣାପଡ଼ିଛି ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ରାଜୁ ଓ ତା ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା । ସ୍ତ୍ରୀର ପରକୀୟା ସଂପର୍କକୁ ନେଇ ଏହି ବିବାଦ ଲାଗିରହିଥିଲା ।

ଏହା ପରେ ଗତକାଲି ଅପରାହ୍ନ 4 ଟାରେ ସ୍ତ୍ରୀ ଜଣେ ଯୁବକ ସହିତ ଫେରାର ହୋଇଯାଇଥିବା ନେଇ ଜଣେ ପଡ଼ୋଶୀକୁ କହିଥିଲା ରାଜୁ । ହେଲେ ଆଜି ସକାଳେ ରାଜୁ କହିଥିଲା ଯେ ତାର ପୁଅକୁ କେହି ମାରି ଟାଙ୍ଗି ଦେଇଛି । ପତ୍ନୀ ଘରୁ ଛାଡ଼ି ପଳାଇବାରୁ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ପୁଲିସ ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+