କେମିତି ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ? ପୋଲିସ ଆଗରେ ବଖାଣିଲା...
ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ପୋଲିସର ଜେରା ବେଳେ ମମିତାଙ୍କୁ ହତ୍ୟା କରିଥିବା ନେଇ ସେ ସ୍ୱୀକାର କରିଥିବା ସୂଚନା ମିଳିଛି ।
ବଲାଙ୍ଗିର: ଧିରେ ଧିରେ ଫିଟୁଛି ମମିତା ମେହର ମୃତ୍ୟୁ ଗୁମର । ମମିତାଙ୍କ ମୃତ୍ୟୁ କେମିତି ହେଲା ? ମମିତାଙ୍କୁ କିଏ ହତ୍ୟା କରିଛି ? ଗତ ଦିନକ ପୂର୍ବରୁ ଉଠିଥିବା ଏଭଳି ଅନେକ ପ୍ରଶ୍ନର ଆଜି ବଡ ଖୁଲାସା ହୋଇଛି । ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ପୋଲିସର ଜେରା ବେଳେ ମମିତାଙ୍କୁ ହତ୍ୟା କରିଥିବା ନେଇ ସେ ସ୍ୱୀକାର କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜେରା ବେଳେ ପୁଲିସ୍ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି ଗୋବିନ୍ଦ ସାହୁ। ଯେଉଁ ୱାଗନର କାର୍ରେ ସେ ମମିତାଙ୍କୁ ନେଇ ଯାଇଥିଲା, ସେଥିରେ ହିଁ ତାଙ୍କୁ ହତ୍ୟା କରିଥିଲା। ୮ ତାରିଖରେ ମମିତାଙ୍କୁ ଏହି କାରରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିବା କହିଛି। କାରର ପଛ ସିଟ୍ ଚିରି ଯାଇଥିବା ଦେଖିବାକୁ ମିଳିଛ। ତେଣୁ ବଞ୍ଚିବା ପାଇଁ ମମିତା ସଂଘର୍ଷ କରିଥିବା ଅନୁମାନ କରାଯାଉଛି। ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା ।
ଏହା ପରେ ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତ ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ସାହାର୍ଯ୍ୟରେ ପୋଡିଦିଆଯାଇଥିଲା । ଭଲରେ ପୋଡିବା ପାଇଁ ଜଳେ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା । ଏହା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବା ସେନେଇ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ଦେଇଥିଲା । ଏବଂ ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ଜେସିବି ଡ୍ରାଇଭରକୁ ପୋଲିସ ପଚାରା ଉଚରା ପେରେ ସେ ସତ ସ୍ୱୀକାର କରିଛି ।

ସୂଚନାଯୋଗ୍ୟ, ୪ ଦିନ ଅଟକ ରହିବା ପରେ ପୋଲିସ ବାରାକ୍ରୁ ଖସି ପଳାଇଥିବା ଗୋବିନ୍ଦ ସାହୁକୁ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରୁ ଗିରଫ କରିଥିଲା ପୁଲିସ୍। ତାକୁ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଅଣାଯାଇଥିଲା।ବଲାଙ୍ଗୀର ଏସ୍ପି, ଡିଆଇଜି ଓ ବଛା ବଛା ଅଧିକାରୀ ଘନ ଘନ ପଚରାଉଚରା କରିବା ପରେ ଗୋବିନ୍ଦ ସତ ଉଗାରିଥିବା କୁହାଯାଉଛି। ଗୋବିନ୍ଦ ସମେତ ତା ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନସିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ଗୋବିନ୍ଦଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଏହାପରେ ପୁଲିସ୍ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାଯାଇଛି।












Click it and Unblock the Notifications