ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ ଉଦ୍ଧାର
ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ରାଜଧାନୀ ଭୁବନେଶ୍ଵର ସ୍ଥିତ ଶିଖରଚଣ୍ଡୀ ବସ୍ତି ମୁସଲିମ ସାହିରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି । ଗତକାଲି ରାତି ୮ଟାରେ ପଡିଶା ଲୋକ ଝରକା ବାଟେ ଦେଖିଥିଲେ ଯେ ଉଭୟ ପ୍ରେମୀ ଯୁଗଳ ପଙ୍ଖାରେ ଝୁଲୁଥିଲେ । ପରେ ସେମାନେ ଇନଫୋସିଟ ଥାନାକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ରାତି ସାରା ଜଗି ରହିଥିଲା ।
ଆଜି ସକାଳୁ କବାଟ ଭାଙ୍ଗି ଉଭୟଙ୍କ ମୃତ ଦେହକୁ ଉଦ୍ଧାର କରି ପୋଲିସ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ମୃତକ ହେଲେ କଳାରାହାଙ୍ଗର ପିଣ୍ଟୁ ନାଥ ଓ ତାଙ୍କ ବାନ୍ଧିବୀ କେନ୍ଦ୍ରାପଡା ପଟାମୁଣ୍ଡାଇ ଅଞ୍ଚଳର ଶୁଭସ୍ମିତା ନାୟକ ।

ଉଭୟ ରାଜଧାନୀର ଏକ ସପିଙ୍ଗ ମହଲରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ଯୁବକ ଜଣକ ବିବାହିତ ଥିଲେ ଓ ତାଙ୍କର ଏକ ପାଞ୍ଚ ବର୍ଷର ପୁଅ ଅଛି ।
ସୂଚନା ଯୋଗ୍ୟ, ଗତକାଲି ରାତି ୮ଟାରେ ଏହି ଘଟଣା ହୋଇଥିବାର ଜଣା ପଡିଥିଲା । ଏହା ପରେ ପଡିଶା ଲୋକେ ଇନଫୋସିଟ ଥାନାକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ରାତି ସାରା ଜଗି ରହିଥିଲା । ରାଜଧାନୀ ଭୁବନେଶ୍ଵର ସ୍ଥିତ ଶିଖରଚଣ୍ଡୀ ବସ୍ତି ମୁସଲିମ ସାହିରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି ।












Click it and Unblock the Notifications