ରାଜଧାନୀରେ ବନ୍ଧୁକ ମୁନରେ ସୁନା ଲୁଟ୍
ଭୁବନେଶ୍ୱର: ରାଜଧାନୀରେ ପୁଣି ଲୁଟ୍ ଆତଙ୍କ । କାଳବୈଶାଖୀ ରାତିରେ ଲୁଟିନେଲେ ସୁନା । ଘର ଆଗରୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ୍ ଓ ବ୍ରେସଲେଟ୍ ।

ବାଇକରେ ରୁମାଲ ବାନ୍ଧି ଆସିଲେ ତିନି ଲୁଟେରା । ଘର ଆଗରୁ ବନ୍ଧୁକ ଦେଖାଇ ଲୁଟିନେଲେ ସୁନା । ବିରୋଧ କରିବାରୁ ଧାରୁଆ ଛୁରୀରେ ଆକ୍ରମଣ ମଧ୍ୟ କରିଥିଲେ ଲୁଟେରା । ଲୁଟର ଶୀକାର ହୋଇଛନ୍ତି ଅଶୋକ ସ୍ୱାଇଁ । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଏନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications