ଦିବାଲୋକରେ ଲୁଟିନେଲେ 1 କୋଟି 19 ଲକ୍ଷ ଟଙ୍କା
ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଅନ୍ତର୍ଗତ ଜାରୁଆ ଅଞ୍ଚଳରେ ଦିବାଲୋକରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏରୁ ଅଧିକ ଟଙ୍କା । ବାଇକରେ ଆସିଥିବା ପାଞ୍ଚ ଜଣ ଲୁଟେରା 1 କୋଟି 19 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
ପାଟନା : ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଅନ୍ତର୍ଗତ ଜାରୁଆ ଅଞ୍ଚଳରେ ଦିବାଲୋକରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏରୁ ଅଧିକ ଟଙ୍କା । ବାଇକରେ ଆସିଥିବା ପାଞ୍ଚ ଜଣ ଲୁଟେରା 1 କୋଟି 19 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟାଙ୍କ ଖୋଲିବା ମାତ୍ରେ ଡକାୟତମାନେ ଭିତରକୁ ଯାଇ ବ୍ୟାଙ୍କକୁ ଭିତରୁ ତାଲା ପକାଇ ଦେଇଥିଲେ । ଏହା ପରେ ବ୍ୟାଙ୍କ କର୍ମଚାରୀ ଏବଂ ଜଣେ ଗ୍ରାହକଙ୍କୁ ବନ୍ଦୀ କରି ଟଙ୍କା ଲୁଟିଥିଲେ । ଲୁଟେରାମାନେ ବ୍ୟାଙ୍କରେ ଉପସ୍ଥିତ ଗ୍ରାହକଙ୍କ 44 ହଜାର ଟଙ୍କା ମଧ୍ୟ ନେଇ ପଳାଇଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁବାର ସକାଳ 11 ଟାରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ପୋଲିସ ଯାଞ୍ଚ କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଡକାୟତି ପରେ ସମସ୍ତ ଅପରାଧୀମାନ ଅସ୍ତ୍ରଶସ୍ତ୍ର ଦେଖାଇ ଫେରାର୍ ହୋଇଥିଲେ । ଲୁଟେରା ଚାଲିଯିବା ପରେ ବ୍ୟାଙ୍କ କର୍ମଚାରୀମାନେ ପୋଲିସକୁ ସୂଚନା ଦେଇଥିଲେ । ବ୍ୟାଙ୍କ ଭିତରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ସ୍କାନ କରୁଛି ।
ଏହାପୂର୍ବରୁ ମେ 19 ରେ ବିହାରର ସମସ୍ତୀପୁର ଜିଲ୍ଲାର ତାଜପୁର ପୋଲିସ ଷ୍ଟେସନ ଅଞ୍ଚଳର NH-28 ନିକଟରେ ଥିବା ଷ୍ଟେଟ ବ୍ୟାଙ୍କର ଶାଖାରୁ ପ୍ରାୟ ଆଠ ଲକ୍ଷ ଟଙ୍କା ଡକାୟତି କରିଥିଲେ । ଡକାୟତି ସମ୍ପର୍କରେ ସୂଚନା ପାଇବା ମାତ୍ରେ ସଦର ଡିଏସପି ପ୍ରୀତି କୁମାର ପୋଲିସ ଫୋର୍ସ ଏବଂ ଡିୟୁୟୁ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବ୍ୟାଙ୍କ କର୍ମଚାରୀମାନେ କାମ ଆରମ୍ଭ କରିବା ମାତ୍ରେ ପ୍ରାୟ ପଚିଶ ମିନିଟ୍ ପରେ 7 ଡକାୟତ ବ୍ୟାଙ୍କ ଉପରେ ଆକ୍ରମଣ କରି ଟଙ୍କା ଲୁଟିଥିଲେ ।












Click it and Unblock the Notifications