ଥଣ୍ଡା ପାନୀୟରେ ନିଶା ଦେଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଲୁଟ୍ : ୩ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି, ଜଣଙ୍କର ପତ୍ତା ମିଳୁନି

କଣ୍ଟାବାଞ୍ଜି : ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ୍ । ୩ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି । ମିଳୁନି ଜଣଙ୍କ ପତ୍ତା । ସମ୍ବଲପୁରରୁ ପରୀକ୍ଷା ଦେଇ ଫେରିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ୪ ଜଣ ଛାତ୍ର ।

ଥଣ୍ଡା ପାନୀୟରେ ନିଶା ଦେଇ ରେଳଯାତ୍ରୀଙ୍କ ଠାରୁ ଲୁଟ୍ । କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଘଟିଛି ଏଭଳି ଲୁଟ୍ ଘଟଣା । ସମ୍ବଲପୁରରୁ ପରୀକ୍ଷା ଦେଇ ଫେରିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ୪ ଜଣ ଛାତ୍ର । ଜଣେ ଛାତ୍ରଙ୍କ ପତ୍ତା ମିଳୁନାହିଁ ।

ସୂଚନା ଅନୁସାରେ, ସମ୍ବଲପୁରରୁ ପରୀକ୍ଷା ଦେଇ ଫେରି କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଓହ୍ଲାଇଥିଲେ ୫ ଜଣ ଛାତ୍ର । ସେମାନେ ରେଳ ଷ୍ଟେସନର ପ୍ରତୀକ୍ଷା କକ୍ଷରେ ବସିଥିଲେ । ତେବେ ସେହି ସମୟରେ ଜଣେ ଅଚିହ୍ନା ଲୋକ ଥଣ୍ଡା ପାନୀୟରେ ନିଶା ଦେଇ ସେମାନଙ୍କୁ ପିଇବାକୁ ଦେଇଥିଲେ ।

LOOT

୫ ଜଣ ଛାତ୍ର ଥିବା ବେଳେ ୪ ଜଣ ଥଣ୍ଡା ପାନୀୟ ପିଇଥିଲେ । ତେବେ ୪ ଜଣଙ୍କ ମୋବାଇଲ ଆଉ ମନି ପର୍ସ ଗାୟବ ଥିବାବେଳେ ଜଣେ ଛାତ୍ରଙ୍କ ପତ୍ତା ମିଳୁନାହିଁ । ସେପଟେ ୩ ଜଣ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+